ଶରୀର ପାଇଁ କ୍ଷତିକାରକ ହୋଇପାରେ ଅଧିକ ପାଣି ! ଜାଣନ୍ତୁ କେତେବେଳେ ପିଇବେ

117

ଆମ ଶରୀର ୭୦ ପ୍ରତିଶତ ପାଣିରେ ତିଆରି । ଏଥିପାଇଁ ଆମ ପାଇଁ ପାଣି ଅତି ଗୁରୁତ୍ୱପୂର୍ଣ୍ଣ । ଡାକ୍ତରମାନେ ସବୁବେଳେ ଉପଦେଶ ଦଅନ୍ତି କି, ଯେତେ ହୋଇ ପାରିବ ସେତେ ଅଧିକ ପାଣି ପିଅନ୍ତୁ । ତେବେ ଆମ ଶରୀର କେତେବେଳେ ପାଣି ଦରକାର କରେ, ଆସନ୍ତୁ ସେନେଇ କିଛି ଆଲୋଚନା କରିବା । ଶରୀରର ପାଇଁ ଯେତିକି ଦରକûର ସେତିକି ପାଣି ପିଇବା ଉଚିତ । ଆସନ୍ତୁ ଜାଣିବା ଆମ ଶରୀର ବାସ୍ତବିକ ରୂପେ କେତେ ପାଣି ଦରକାର କରେ ?

କେତେବେଳେ ପିଇବେ ପାଣି –
– ଯେତେବେଳେ ଆପଣଙ୍କୁ ଶୋଷ ଲାଗୁଛି, ସେତେବେଳ ନିଜକୁ ନରୋକି ପାଣି ପିଅନ୍ତୁ । ଶୋଷ ସେତେବେଳେ ଲାଗେ ଯେତେବେଳେ ଶରୀରକୁ ପାଣିର ଦରକାର ପଡେ । ଏମିତିରେ ମସ୍ତିସ୍କ ଆମକୁ ଶୋଷ ଲାଗୁଛି ବୋଲି ଖବର ପଠାଏ ।

– ଖାଦ୍ୟ ଖାଇବାର ୩ ମିନିଟ ପୂର୍ବରୁ ପାଣି ପିଅନ୍ତୁ । ଯଦି ଆପଣ ଖାଇବା ପରେ ପାଣି ପିଇବା ପାଇଁ ଚାହାନ୍ତି ତେବେ ଘଣ୍ଟାଏ ଅନ୍ତରରେ ପାଣି ପିଇବା ଉଚିତ ।

– ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ, ଜ୍ୱର, କୋଷ୍ଠକାଠିନ୍ୟ, ଗ୍ୟାସ ଆଦିର ଅସୁବିଧା ରହିଛି, ଏପରିସ୍ଥଳେ ଅଧିକରୁ ଅଧିକ ପାଣି ପିଇବା ଉଚିତ ।

-ଯେତେବେଳେ ବି ଆପଣ କୌଣସି ଗରମ କିମ୍ବା ତରଳ ଖାଦ୍ୟ ଖାଉଛନ୍ତି ଏହାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହଁ ।

– ଥଣ୍ଡା ପାଣି ପିଇବାରୁ ନିଜକୁ ଦୂରେଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟାକରନ୍ତୁ ।