କ୍ରିକେଟ୍ ମ୍ୟାଚରେ ବ୍ୟବହୃତ ହେଉଥିବା ବଲ୍ କେତେ ମହଙ୍ଗା ଜାଣିଛନ୍ତି କି ? ଟେଷ୍ଟ୍ ,ୱାନ୍ ଡେ ଏବଂ ଟି-୨୦ ମ୍ୟାଚ ପାଇଁ ବ୍ୟବହାର ହୁଏ ଅଲଗା ଅଲଗା ବଲ୍ ,ଦାମ୍ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ।

52

ଭାରତବାସୀଙ୍କ ସବୁଠାରୁ ପ୍ରିୟ ଖେଳ କହିଲେ କ୍ରିକେଟକୁ ବୁଝାଏ । ତେବେ କ୍ରିକେଟ୍ ବଲ୍ ଏବଂ ବ୍ୟାଟକୁ ନେଇ ମଧ୍ୟ ଭାରତରେ କିଛି କମ୍ କ୍ରେଜ୍ ନାହିଁ । ତେବେ ଆପଣ ଜାଣିଛନ୍ତି କି କ୍ରିକେଟରେ ବ୍ୟବହୃତ ହେଉଥିବା ବଲର ଦାମ୍ କେତେ? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ବୁଲାନ୍ତୁ ।

କ୍ରିକେଟରେ ତିନୋଟି ଫର୍ମାଟ୍ ଥାଏ,ଏହା ସମସ୍ତଙ୍କୁ ଜ୍ଞାତ ଥିବ । ଟେଷ୍ଟ୍ ,ୱାନ୍ ଡେ ଏବଂ ଟି-୨୦ । ଟେଷ୍ଟ୍ ୫ ଦିନର , ୱାନ୍ ଡେ ଏବଂ ଟି-୨୦ ଗୋଟିଏ ଦିନର ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କ୍ରିକେଟର ଏହି ଅଲଗା ତିନୋଟି ଫର୍ମାଟ୍ ରେ ଅଲଗା ଅଲଗା ବଲ୍ ବ୍ୟବହାର ହୋଇଥାଏ । ଟେଷ୍ଟ୍ ମ୍ୟାଚ୍ ଖେଳିବା ସମୟରେ Kookaburra କମ୍ପାନୀର ୮୦୦୦ ଟଙ୍କିଆ ବଲ୍ କିମ୍ବା SG କମ୍ପାନୀର ୫୦୦୦ ଟଙ୍କିଆ ବଲ୍ ଖେଳା ଯାଇଥାଏ । ଏହି ବଲରେ ୮୦ ଓଭର ହିଁ ଖେଳାଯାଇପାରିବ । ଅନ୍ୟପକ୍ଷରେ ଡେ ଟେଷ୍ଟ୍ ରେ ଲାଲ୍ ରଙ୍ଗର ବଲ୍ ବ୍ୟବହାର ହୋଇଥାଏ । ଯେବେକି ଡେ ନାଇଟ୍ ଟେଷ୍ଟ୍ ରେ ଗୋଲାପୀ ରଙ୍ଗର ବଲ୍ ବ୍ୟବହାର କରାଯାଏ । ୱାନ୍ ଡେ ଏବଂ ଟି-୨୦ ପାଇଁ Kookaburra କମ୍ପାନୀର ୧୨୦୦୦ ଟଙ୍କିଆ ବଲ୍ ଆସିଥାଏ,ଯେବେକି SG କମ୍ପାନୀର ୪୦୦୦ ଟଙ୍କିଆ ବଲ୍ ମଧ୍ୟ ଆସିଥାଏ । ଏହି ବଲ୍ ୱାଟରପ୍ରୁଫ୍ ହୋଇଥାଏ । ଏହି ସବୁ ବଲ୍ ଶୁଦ୍ଧ ଲେଦରରେ ହିଁ ପ୍ରସ୍ତୁତ ହୋଇଥାଏ,ଯେଉଁଥିରେ ପାଣି ପଶିବାର ଚାନ୍ସ ନଥାଏ । ଆପଣଙ୍କୁ କହିରଖୁଛୁ କି ଆଇସିସି ନିଜର ଅଧିକ ମ୍ୟାଚ୍ Kookaburra କମ୍ପାନୀରୁ ହିଁ କିଣିଥାଏ । ଏହା ଏକ ଅଷ୍ଟ୍ରେଲିଆ ସ୍ପୋର୍ଟସ୍ କମ୍ପାନୀ । Kookaburra କମ୍ପାନୀର ବଲ୍ ଭାରତର ମେରଠ ଏବଂ ଜଲନ୍ଦରରେ ମିଳିଥାଏ ।