ଦ୍ୱିତୀୟ ପର୍ଯ୍ୟାୟ ପାଇଁ କେତେ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର । ଜାଣନ୍ତୁ ପ୍ରଥମ ପର୍ଯ୍ୟାୟ ପାଇଁ କେତେଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି । 

133

କନକ ବ୍ୟୁରୋ :  ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ସମୟସୀମା ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରାର୍ଥୀ ମାନଙ୍କ ମଧ୍ୟରେ ନାମାଙ୍କନ ଭରିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ରାଜ୍ୟର ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଭରିଥିବାର ଦେଖିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟର ୩୫ଟି ବିଧାନସଭା ଆସନ ପାଇଁ ୩୦୨ ଓ ୫ ଲୋକସଭା ପାଇଁ ୪୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ସେହିଭଳି ପ୍ରଥମ ପର୍ଯ୍ୟାୟରେ ଦାଖଲ କରାଯାଇଥିବା ନାମାଙ୍କନ ପତ୍ରର ଯାଞ୍ଚ ପରେ ୨୮ଟି ବିଧାନସଭା ଆସନ ପାଇଁ ୨୦୩ ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ୫ ଲୋକସଭା ପାଇଁ ୨୮ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୪୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଥିବା ବେଳେ ୪ଟି ଲୋକସଭା ଆସନ ପାଇଁ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଥିଲେ ।