କେମିତି ହେଲା ଜିଜ୍ଞାସାଙ୍କ ମୃତ୍ୟୁ ? ରାତିରେ ପାର୍ଟି ଚାଲିଥିବା ବେଳେ ବାଲକୋନୀରୁ କେମିତି ତଳକୁ ପଡିଲେ ଜିଜ୍ଞାସା, ପୁରୁଷ ବନ୍ଧୁଙ୍କୁ ସନ୍ଦେହ କଲେ ସ୍ୱାମୀ

32

କନକ ବ୍ୟୁରୋ : ଭୁବନେଶ୍ୱର ଆପାର୍ଟମେଣ୍ଟରୁ ଜିଜ୍ଞାସାଙ୍କ ମୃତ୍ୟୁକୁ ନେଇ ଯେତିକି ସନ୍ଦେହ ବଢୁଛି, ତାଠୁ ଅଧିକ ପ୍ରଶ୍ନ ଉଠିବାରେ ଲାଗିଛି । କେମିତି ହେଲା ଜିଜ୍ଞାସାଙ୍କ ମୃତ୍ୟୁ ? କ’ଣ ଘଟିଥିଲା ସେଦିନ ରାତିରେ ? ଆଉ ଏସବୁ ଭିତରେ ସନ୍ଦେହ ଘେରରେ ପୁରୁଷ ବନ୍ଧୁଙ୍କ ଭୂମିକା ।

ଜିଜ୍ଞାସାଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ସନ୍ଦେହ ଘେରରେ ପୁରୁଷ ବନ୍ଧୁ ଶଶାଙ୍କଙ୍କ ଭୁମିକା । ଜିଜ୍ଞାସାଙ୍କ ମୃତ୍ୟୁ ପରଠାରୁ ଶଶାଙ୍କଙ୍କୁ ମାରାଥନ ଜେରା କରୁଛି ପୁଲିସ । ରାତି ତମାମ ଆପାର୍ଟମେଂଟର ଥାର୍ଡ ଫ୍ଲୋରରେ ପାର୍ଟି ଚାଲିଥିଲା ହେଲେ ଜିଜ୍ଞାସା ମରିଲେ କେମିତି ? ଜିଜ୍ଞାସାଙ୍କ ସହ ପୁରୁଷ ବନ୍ଧୁଙ୍କର କିଛି ଯୁକ୍ତି ତର୍କ ହୋଇଥିଲା କି ? ଜିଜ୍ଞାସା ବାଲକୋନୀରୁ ତଳକୁ ପଡିଲେ ବୋଲି ଶଶାଙ୍କ ଜାଣିଲ କେମିତି ? ଶଶାଙ୍କଙ୍କୁ ଏମିତି କିଛି ଗୁଡାଇ ତୁଡାଇ ପ୍ରଶ୍ନ କରିଛି ପୁଲିସ । ଆଉ ଏହାସହ ତାଙ୍କ ୧୬୧ ଧାରାରେ ବୟାନ ବି ରେକର୍ଡ କରିଥିବା ଜଣାପଡିଛି । ତେବେ ଶଶାଙ୍କଙ୍କ ହିଁ ମୃତ୍ୟୁ ପାଇଁ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ।

୨୯ ମାର୍ଚ୍ଚ, ୨୦୧୮ । ଭୁବନେଶ୍ୱର, ଶ୍ରୀବିହାରରେ ରାତି ତମାମ ଚାଲିଥିଲା ପାର୍ଟି । ଲେଟ୍ ନାଇଟ୍ ପାର୍ଟି ଏନଜୟ କରୁଥିଲେ ଶଶାଙ୍କ ଏବଂ ଜିଜ୍ଞାସା । ତେବେ ହଠାତ୍ ଜିଜ୍ଞାସା ବାଲକୋନୀରୁ ତଳକୁ ପଡି ମୃତ୍ୟୁ ବରଣ କଲେ । ଆଉ ଶଶାଙ୍କ ଏନେଇ କେମିତି ଜାଣି ପାରିଲେନି ? ଯେହେତୁ ୨ଜଣ ସେହି ଫ୍ଲାଟ୍ ଭିତରେ ରହିଥିଲେ, ତେଣୁ ଏହାର ଉତର କେବଳ ଫ୍ଲାଟରେ ଥିବା ଶଂଶାଙ୍କ ହିଁ ଦେଇ ପାରିବେ ବୋଲି ଜିଜ୍ଞାସାଙ୍କ ସ୍ୱାମୀ କହିଛନ୍ତି ।ଶଶାଙ୍କଙ୍କୁ ପୁଲିସ ଜେରା କରି ସାରିଛି । ହେଲେ ଶଶାଙ୍କ କେତେ ସତ କହୁଛନ୍ତି ଆଉ ସତ କହୁ ନାହାଁନ୍ତି ସେନେଇ ତାଙ୍କର ପଲିଗ୍ରାଫ ଟେଷ୍ଟ ପରେ ହିଁ ରହସ୍ୟ ଉପରୁ ପର୍ଦା ହଟିବ ବୋଲି ପୁଲିସ ଅନୁମାନ କରୁଛି ।