ରାତି ଅଧରେ ଏଭଳି ପାକ୍ ମାଟିରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ ! ବାୟୁସେନାର ଆକାର ଦେଖି ଭୟରେ ପଛକୁ ହଟି ଯାଇଥିଲା ପାକିସ୍ତାନ

366

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦକୁ ଉଚିତ ଜବାବ ଦେଇ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର୍‌ କରି ସମସ୍ତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଦେବା ଖବର ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ପାଲଟିଛି। ଫେବ୍ରୁଆରି ୨୫-୨୬ ମଧ୍ୟରାତ୍ରରେ ହୋଇଥିବା ଏହି ଆକ୍ରମଣରେ ଶତାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ, ଚାଲନ୍ତୁ ଜାଣିବା କେମିତି ହୋଇଥିଲା ପୂରା ଅପରେସନ।

: ଫ୍ରେବୁଆରି ୨୬ ତାରିଖ ଭୋର୍‌ ୩.୩୦ ସମୟରେ ୧୨ଟି  ମିରେଜ ୨୦୦୦ ଭାରତୀୟ ଯୁଦ୍ଧ ବିମାନ ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିବା ସୂଚନା ରହିଛି। ଭାରତ-ପାକ ସୀମାର ମୁଜାଫରାବାଦଠାରେ ଭାରତୀୟ ବିମାନ ପାକ ଆକାଶ ସୀମା ଭିତରକୁ ପ୍ରବେଶ କରିଥିଲା।

: ଆକଶମାର୍ଗରେ ଯାଇ ନିୟନ୍ତ୍ରଣ ରେଖା ନିକଟରେ ଥିବା ଆତଙ୍କବାଦୀ ଶିବିରରେ ୧୦୦୦ କିଲୋର ବୋମା ବିସ୍ଫୋରଣ କରିଥିଲା ଭାରତୀୟ ବାୟୁ ସେନା।

: ଆତଙ୍କୀ ଆଡ୍ଡାରେ ବୋମା ପକାଇ ତାଙ୍କର ସମସ୍ତ ଶିବିରକୁ ଭାରତୀୟ ବାୟୁ ସେନା ଧ୍ୱଂସ କରି ଦେଇଥିବା ସୂଚନା ରହିଛି।

: ନିୟନ୍ତ୍ରଣ ରେଖାସ୍ଥିତ ବାଲକୋଟ, ଚାକୋଠି ଏବଂ ମୁଜାଫର୍‌ନଗରରେ ଥିବା ଆତଙ୍କୀ ଶିବିରରେ ବୋମା ପକାଇ ସଂପୂର୍ଣ୍ଣ ନଷ୍ଟ କରି ଦେଇଥିବା ବେଳେ ଜୈଶ-ଇ-ମହମ୍ମଦର କଣ୍ଟ୍ରୋଲ୍‌ ରୁମ୍‌କୁ ବି ଧ୍ୱଂସ କରି ଦେଇଛନ୍ତି ଭାରତୀୟ ବାୟୁ ସେନା।

: ଏହି ଅପେରେସନ ୨୦ ମିନିଟ୍‌ ଧରି ଜାରି ରହିଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।

: ଆକ୍ରମଣ ଘଟାଇଥିବା ୧୨ଟି ଭାରତୀୟ ଯୁଦ୍ଧ ବିମାନ ମିରେଜ ୨୦୦୦ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ରହିଛି।

: ଭାରତୀୟ ବାୟୁସେନା ଆକ୍ରମଣରେ ଲେଜର୍‌-ଗାଇଡେଡ୍‌ ବୋମା ଓ ଏୟାର୍‌-ଟୁ-ସର୍‌ଫେସ୍‌-ମିସାଇଲ୍‌ ବ୍ୟବହାର କରିଛି।

: ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖାକୁ ଉଲଂଘନ କରିଥିବା ପାକିସ୍ତାନ ଅଭିଯୋଗ କରିଛି।

: ଭାରତୀୟ ଯୁଦ୍ଧ ବିମାନ ମିରେଜ ୨୦୦୦କୁ ଜବାବ ଦେବା ପାଇଁ ପାକିସ୍ତାନର ଏଫ୍‌୧୬ ଯୁଦ୍ଧ ବିମାନ ପ୍ରଥମେ ସାମ୍ନାକୁ ଆସି ପରେ ଭାରତୀୟ ବାୟୁସେନାର ଆକାର ଦେଖି ପଛ ଘୁଞ୍ଚା ଦେଇଥିଲା।

: ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତୀୟ ବାୟୁସେନାକୁ ହାଇ ଆଲର୍ଟରେ ରଖାଯାଇଛି।