ସବୁ ଋତୁରେ ହାତ ,ପାଦ ଏବଂ ଶରୀରର ଅନ୍ୟ ଅଙ୍ଗରୁ ସାଧାରଣ ଅପେକ୍ଷା ଅଧିକ ଝାଳ ବାହାରୁଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ ଏଭଳି ରୋଗ ।

398

ଶରୀରରୁ ଝାଳ ବାହାରିବା ଏକ ସାଧାରଣ କଥା । ଝାଳ ବାହାରିବା ଦରକାର ମଧ୍ୟ,ଏହା ଶରୀରର ସନ୍ତୁଳନତାକୁ ବଜାୟ ରଖେ । କିନ୍ତୁ କିଛି ଲୋକଙ୍କୁ ସାଧାରଣ ଠାରୁ ଅଧିକ ମାତ୍ରାରେ ଝାଳ ବୋହିଥାଏ । ଯାହାକୁ ଆପଣ ଖାମଖିଆଲ ଭାବେ ନେଇ ପାରିବେନି । କିଛି ଲୋକଙ୍କ ଶରୀର ଅପେକ୍ଷା ହାତ ଏବଂ ପାଦରେ ଅଧିକ ଝାଳ ବୋହିଥାଏ । ଯଦି ଆପଣଙ୍କ ସଙ୍ଗେ ବି ଏଭଳି କିଛି ହେଉଛି ତେବେ ସାବଧାନ ହୋଇଯାଆନ୍ତୁ ଆପଣ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ଏହି ରୋଗର ନାଁ ହେଉଛି ହାଇପରହାଇଡ୍ରୋସିସ୍ ।

 

ଯେଉଁ ଲୋକଙ୍କୁ ଏଭଳି ସମସ୍ୟା ଦେଖାଯାଏ ତାଙ୍କ ଦେହରୁ ଅଧିକ ମାତ୍ରାରେ ଝାଳ ବୋହିଥାଏ । ତେବେ ଦୁଇପ୍ରକାରର ଷ୍ଟେଜରେ ଏହି ରୋଗ ଦେଖାଦେଇଥାଏ । ପ୍ରାଇମେରୀ ହାଇପରହାଇଡ୍ରୋସିସ୍ ରେ ସେତେଟା ସମସ୍ୟା ନାହିଁ କିନ୍ତୁ ସେକେଣ୍ଡାରୀ ଷ୍ଟେଜରେ ଏହା ଗମ୍ଭୀର ସମସ୍ୟାର ରୁପ ନେଇପାରେ ।

ସେକେଣ୍ଡାରୀ ହାଇପରହାଇଡ୍ରୋସିସ୍ ରେ ଦେଖାଯାଏ ଏଭଳି ସମସ୍ୟା : ସେକେଣ୍ଡାରୀ ହାଇପରହାଇଡ୍ରୋସିସ୍ ର ସମସ୍ୟା ଅନେକ ରୋଗର କାରଣ ହୋଇପାରେ । ଏହି ସମସ୍ୟାରୁ ପ୍ରମୁଖ ହେଉଛି ମେନୋପଜ୍ ,ମଧୁମେହ,ହାଇପରଥାଇରାଇଡିଜମ୍ ତଥା ଲୋ ଗ୍ଲ୍ୟୁକୋଜ୍ ଇତ୍ୟାଦି । ଏହି କାରଣରୁ ଆପଣଙ୍କୁ ଏଭଳି ଦିଗ ପ୍ରତି ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ ।

ଖୁବ୍ ସହଜରେ ନଜର ଆସେ ଏହାର ସଂକେତ : ଏହି ରୋଗରେ ରୋଗୀକୁ ବିନା କାରଣରେ ତଥା ବିନା ଗରମରେ ହିଁ ଦେହରୁ ପ୍ରବଳ ଝାଳ ବୋହିଥାଏ । ହାତ,ପାଦ,ଗୁପ୍ତାଙ୍ଗ ତଥା କାଖରେ ମଧ୍ୟ ଏତେ ମାତ୍ରାରେ ଝାଳ ବୋହେ ଯେଉଁ କାରଣରୁ କପଡା ମଧ୍ୟ ଓଦା ହୋଇଯାଏ ।

 

କ’ଣ ହୋଇପାରେ ଚିକିତ୍ସା : ଏହା ଉଭୟ ଘରୋଇ ତଥା ମେଡିକାଲ୍ ରେ ଚିକିତ୍ସା ସମ୍ଭବ ହୋଇପାରିବ । ଘରୋଇ ଚିକିତ୍ସାରେ ଆପଣଙ୍କୁ ପ୍ରତିଦିନ ମୋଜା ବଦଳାଇବା ସହ ବୁଟ୍ ର କମ୍ ପ୍ରୟୋଗ କରିବାକୁ ପଡିବ ଏବଂ ଘରେ ଜୋତାର ବ୍ୟବହାର କରନ୍ତୁ ନାହିଁ । କପଡାରେ କଟନ୍ ର ବ୍ୟବହାର ବହୁତ ଭଲ ହୋଇପାରେ । ଏହାସହ ମେଡିକାଲ୍ ଚିକିତ୍ସା ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।