ବିଜେପି ନେତାଙ୍କୁ ଆଖି ଦେଖାଇଲେ ବଲିଉଡ୍ ଅଭିନେତା । ‘ମାର୍ସାଲ’ଚଳଚ୍ଚିତ୍ରରେ ମୋଦିଙ୍କୁ କଟାକ୍ଷ, କଳାକାରଙ୍କୁ ସାଧାରଣ ଜ୍ଞାନରେ ଦୁର୍ବଳ ବୋଲି କହିଲେ ବିଜେପି ମୁଖପାତ୍ର

54

ବିଜେପି ନେତାଙ୍କୁ ଆଖି ଦେଖାଇଲେ ବଲିଉଡ୍ ଅଭିନେତା । ତାମିଲ ଫିଲ୍ମ ମର୍ସଲରେ ଥିବା ଏକ ଡାଏଲଗରେ ଜିଏସଟି ଉପରେ ଟିପ୍ପଣୀକୁ ନେଇ ବିଜେପି ମୁଖପାତ୍ର ଜିଭିଏଲ ନରସିହ୍ମା ରାଓଙ୍କ ସମାଲୋଚନା ପରେ ଆରମ୍ଭ ହୋଇଛି ବିବାଦ । ଭାରତୀୟ ଫିଲ୍ମ ଷ୍ଟାରଙ୍କ ସାଧାରଣ ଜ୍ଞାନ କମ୍ ବୋଲି ବିଜେପି ନେତାଙ୍କ ବୟାନକୁ କଡା ସମାଲୋଚନା କରିଛନ୍ତି ଅଭିନେତା ଫରହାନ ଅଖତର । ଏମିତି କହିବାର ସାହସ କିପରି ହେଲା ବୋଲି ଟ୍ୱିଟ୍ କରିଛନ୍ତି ଫରହାନ୍ ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୮ ତାରିଖରେ ମୁକ୍ତିଲାଭ କରିଛି ତାମିଲ୍ ଚଳଚ୍ଚିତ୍ର ‘ମାର୍ସାଲ’। ଚଳଚ୍ଚତ୍ରଟିରେ ଗୁଡସ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ (ଜିଏସଟି) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତି ନେଇ କେତୋଟି ଦୃଶ୍ୟ ରହିଛି । ଦୃଶ୍ୟଗୁଡ଼ିକରେ ଜିଏସଟି ଏବଂ ବିମୁଦ୍ରାୟନକୁ କଟାକ୍ଷ କରାଯାଇଛି । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ତାମିଲନାଡୁର ବିଜେପି ଚଳଚ୍ଚିତ୍ରରେ ଜିଏସଟି ଏବଂ ବିମୁଦ୍ରାୟନକୁ ନେଇ ରହିଥିବା ସ୍ୱତନ୍ତ୍ର ସଂଳାପକୁ ବାଦ୍ ଦେବାକୁ ଦାବି କରିଥିଲେ ।

ଏ ନେଇ ରାଜ୍ୟ ବିଜେପି ସଭାପତି ତାମିଲସାଇ ସୁନ୍ଦରାଜନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ କଳାକାରମାନେ ଚଳଚ୍ଚିତ୍ର ଜରିଆରେ ସାର୍ଧାରଣ ଲୋକଙ୍କୁ ଜଏସଟି ସଂପର୍କିତ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି । ଏଣୁ ଦିପାବଳୀରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ମୋଦି ବିରୋଧୀ ହୋଇଥିବାରୁ କେତେକ ସ୍ୱତନ୍ତ୍ର ଦୃଶ୍ୟକୁ ବାଦ୍ ଦେବା ପାଇଁ ବିଜେପିର ବିଭିନ୍ନ ମହଲରୁ ଚାପ ଆସିଛି ।