ବାଣ ଫୁଟାଇବା ସମୟରେ କିପରି ରହିବେ ସତର୍କ?

44

କନକ ବ୍ୟୁରୋ: ବର୍ଷକରେ ଥରେ ମାତ୍ର କାର୍ତିକ ମାସ ଆମାବାସ୍ୟା ତିଥିରେ ସାରା ଭାରତରେ କାଳୀପୂଜା ବା ବାଣଫୁଟା କାର୍ଯ୍ୟକ୍ରମ ମହା ସମାରୋହରେ ହୋଇଥାଏ । ଘରେ ଘରେ ଏହି ପର୍ବକୁ ପରିବାରର ସଦସ୍ୟ ଏକତ୍ରିତ ହୋଇ ପାଳନ କରନ୍ତି । ଏହି ଦିନ ସମସ୍ତଙ୍କ ଘର ସାମନାରେ ଦୀପ ଲଗାଯାଇଥାଏ । ବର୍ତମାନ ଦୀପର ସହ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଲାଇଟ ଆଦି ଲଗାଯାଉଛି । ଅମାବାସ୍ୟା ରାତି ସାଙ୍ଗକୁ ଦୀପର ଶିଖାରେ ସାରା ସହର ପ୍ରଜ୍ୱଳିତ ହୋଇଥାଏ । ଘରର ଗୁରୁଜନଙ୍କ ସହ ଛୋଟ ପିଲାମାନେ ଏହି ଦିନ ବିଭିନ୍ନ ପ୍ରକାରର ବାଣ ଫୁଟାଇଥାଆନ୍ତି । ତେଣୁ ଏହି ସମୟରେ ସତର୍କ ରହିବାର ନିହାତି ଆବଶ୍ୟତା ରହିଛି । ନଚେତ ଦୁର୍ଘଟଣା ହୋଇପାରେ। ତେବେ ଜାଣିରଖନ୍ତୁ କିପରି ରହିବେ ସାବଧାନ….

 

୧)ପ୍ରଥମେ ବାଣ ଫୁଟାଇବା ସମୟରେ ସୂତା କପଡା ପିନ୍ଧିବାର ଆବଶ୍ୟକତା ରହିଛି ।
୨) ଯେତେ ସମ୍ଭବ ଖସରା ପୋଷାକଠାରୁ ଦୂରେଇ ରୁହନ୍ତୁ ।
୩) ବାଣ ଫୁଟାଇବା ସମୟରେ ପାଖରେ ବାଲି ଓ ନିଆଁ ଲିଭା ସାମଗ୍ରୀ ରହିବା ଦରକାର ।
୪) ଯଦି କୈାଣସି ଅଙ୍ଗରେ ନିଆଁ ଲାଗିଯାଇଛି ତେବେ ତତକ୍ଷଣାତ ଡାକ୍ତରଙ୍କ ସହ ପରମର୍ଶ କରନ୍ତୁ ।
୫) କୌଣସି ଜାଗାରେ ନିଆଁ ଲାଗିଗଲେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରନ୍ତୁ ।
୬) ଉଚ୍ଚ ଶଦ୍ଦ ତଥା ରକେଟ ଭଳି ବାଣ ଗୁଡିକୁ ଖୋଲା ସ୍ଥାନରେ ଫୁଟାଇବା ଦରକାର । ଯାଦା ଦ୍ୱାରା କି ଅଘଟଣ ଘଟିବା ଆଶଙ୍କା କମ ରହିଥାଏ ।
୭) ବେଶୀ ରାତି ପର୍ଯ୍ୟନ୍ତ ବାଣ ନ ଫୁଟାଇ ପ୍ରଶାସନ ଦେଇଥିବା ସମୟ ପରୀସିମା ମଧ୍ୟରେ ବାଣ ଫୁଟାନ୍ତୁ ।
୮) ଛୋଟ ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ଯଥାସମ୍ଭବ ସେମାନଙ୍କ ଉପରେ ନଜର ରଖନ୍ତୁ ।
୯) ବାଣ ଫୁଟାଇବା ପରେ ଭଲ ଭାବରେ ହାତ ଧୋଉ ଖାଦ୍ୟ ଗ୍ରହଣ କରନ୍ତୁ ।
୧୦) ବାଣର ସମସ୍ତ ବର୍ଜ୍ୟବସ୍ତୁ କି ଏକତ୍ରିତ କରି ଅଲଗା ରଖନ୍ତୁ ଓ ପରେ ସାବଧାନତାର ସହ ତାକୁ ଘରଠାରୁ ଅନ୍ୟ ସ୍ଥାନରେ ପକାନ୍ତୁ ।

ତେବେ ଉପରୋକ୍ତ ନିୟମକୁ ମାନି ଚଳିଲେ ବାଣ ଫୁଟାଇବା ସମୟରେ ହେଉଥିବା କ୍ଷୟକ୍ଷତିକୁ ଏଡାଇ ଦିଆଯାଇପାରେ ।