ଆଖିକୁ କ୍ଷତି ପହଞ୍ଚାଇପାରେ ମୋବାଇଲରୁ ବିକିରଣ ହେଉଥିବା ନୀଳରଶ୍ମି ! ଜାଣନ୍ତୁ ଏଥିରୁ କେମିତି ମିଳିବ ରକ୍ଷା

34

ଆପଣ କେବେ ଧ୍ୟାନ ଦେଇଛନ୍ତି କି ଲଗାତାର ଭାବେ ମୋବାଇଲରେ ବ୍ୟବହାର କରିବା ପରେ ଆପଣଙ୍କ ଆଖି ଥକିପଡୁଛି କିମ୍ବା ଆଖିରୁ ପାଣି ବାହାରୁଛି । ଏହାର କାରଣ ହେଲା ମୋବାଇଲରୁ ବାହରୁଥିବା ନୀଳରଶ୍ମି । ଏହି ନୀଳରଶ୍ମି ଆପଣଙ୍କ ଡେସ୍କଟପ ଓ ଲ୍ୟାପଟପରୁ ମଧ୍ୟ ବାହାରିଥାଏ । ମୋବାଇଲ କିମ୍ବା କମ୍ପ୍ୟୁଟର ସ୍କ୍ରିନରୁ ବାହରୁଥିବା ନୀଳରଶ୍ମି ଆଖି ପାଇଁ ଖରାବ ପ୍ରଭାବ ପକାଇଥାଏ ।

ଯାହଦ୍ୱାରା ଆଖି ଥକିଯିବା ସହ ଏହା ଆଖି ପାଇଁ ଖରାପ ଖରାପ ହୋଇଥାଏ । କିନ୍ତୁ ଏବେ ଆଣ୍ଡ୍ରଏଡର ନୂଆ ଭର୍ଜନ ନୁଗାଟରେ ଅଛି ‘ନାଇଟ ମୋଡ’ । ଯାହା ଆଖି ଉପରେ ବିଶେଷ ପ୍ରଭାବ ପଡିବାକୁ ଦେବ ନାହିଁ । କିନ୍ତୁ ଏହାପୂର୍ବରୁ ଆପଣଙ୍କୁ ଅପରେଟିଂ ସିଷ୍ଟମରେ ଅଗା ଅଲଗା ଆପ ବ୍ୟବହାର କରିବାକୁ ପଡିବ ।

ନୀଳରଶ୍ମିରୁ ରକ୍ଷା ପାଇବା ପାଇଁ ନୁଗାଟର ପୁରୁଣା ଅପରେଟିଂ ସିଷ୍ଟମର ସ୍ମାର୍ଟଫୋନରେ ସୀଏଫ ଲୁମେନ ,ଟ୍ୱାଇଲା ଓ ଫକ୍ସ ନାମକ ଆପ ମଧ୍ୟ ବ୍ୟବହାର କରିପାରିବେ । ଯଦି ଆପଣ ଏହି ଆପର ବ୍ୟବହାର କରୁଛନ୍ତି ଆପଣଙ୍କ ସ୍କ୍ରିନ ନୀଳ ବଦଳରେ ଲାଲ ହୋଇଯିବ । ପ୍ରଥମେ ପ୍ରଥମେ ଆପଣଙ୍କୁ ଏହା ଭଲ ଲାଗିନପାରେ କିନ୍ତୁ ପରେ ଅଭ୍ୟାସ ହୋଇଯିବ । ଏହାସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଆଖିକୁ ନୀଳ ରଶ୍ମିରୁ ରକ୍ଷା କରିବ ।