ହ୍ୱାର୍ଟସଆପରେ ଭୁଲରେ କାହାକୁ ବ୍ୟକ୍ତିଗତ ମେସେଜ ସେଣ୍ଡ କରିଦେଇଛନ୍ତି କି ? ବ୍ୟସ୍ତ ନହୋଇ ଜାଣନ୍ତୁ କିପରି କରିବେ ଅନସେଣ୍ଡ

108

ଆଜକାଲି ସମସ୍ତେ ହ୍ୱାର୍ଟସଆପର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଏମିତିରେ ହ୍ୱାର୍ଟସଆପ ଅଧିକ ବ୍ୟବହାର କରୁଥିବା ଲୋକମାନେ କେବେ ନା କେବେ ଏମିତି ଅସୁବିଧାର ସାମ୍ନା କରିବାକୁ ପଡୁଥିବ ଯେଉଁଥିରେ ଏପରି ହୋଇଯାଏ ଆମେ ଭୁଲରେ ଜଣକ ମେସେଜ ଅନ୍ୟ ଜଣକ ପାଖକୁ ପଠାଇଦେଉ । ଏମିତି ସେଥିକି ବେଳେ ହୋଇଥାଏ ଯେତେବେଳେ ଆମେ ଅନେକ ଲୋକଙ୍କ ସହ ଏକାବେଳେ କଥା ହେଉ ।

ଟିିକିଏ ଭାବନ୍ତୁ ଯେତେବେଳେ ଆପଣଙ୍କ ବ୍ୟକ୍ତିଗତ ମେସେଜ ଅନ୍ୟ ବ୍ୟକ୍ତିଙ୍କ ପାଖକୁ ଭୁଲରେ ଚାଲିଯାଏ ତେବେ ଆପଣ ସେହି ବ୍ୟକ୍ତିଙ୍କୁ କ’ଣ ଉତ୍ତର ଦେବେ । ଏଥିରେ ଆମେ ଆପଣଙ୍କ ପାଇଁ ଏକ ଉପାୟ ନେଇକି ଆସିଛୁ ଯଦ୍ଦ୍ୱାରା ଆପଣ ସେଣ୍ଡ କରିଥିବା ମେସେଜକୁ ଅନସେଣ୍ଡ କରପାରିବେ ।

୧-ଯଦି ଆପଣ ଭୁଲରେ କାହାକୁ ମେସେଜ ପଠାଇ ଦେଇଛନ୍ତି ତେବେ ତୁରନ୍ତ ନିଜର ଡାଟା କନେକ୍ସନ ବନ୍ଦ କରିଦିଅନ୍ତୁ । ଧ୍ୟାନ ରଖନ୍ତୁ ଏହା ଆପଣ ଅତି ଶୀଘ୍ର କରିବା ଦରକାର ।

୨-ଯଦି ଆପଣ ଡାଟା ବନ୍ଦ କରିପାରି ନାହାନ୍ତି ତେବେ ମେସେଜ ସେଣ୍ଡ ହେବା ସମୟରେ ମେସେଜର କୋଣରେ ତିଆରି ହୋଇଥିବା ଚିହ୍ନ କ୍ଲକ ସାଇନରେ ଟ୍ୟାପ କରନ୍ତୁ । ଏପରି କରିବା ଦ୍ୱାରା ମେସେଜ ଅନସେଣ୍ଡ ହୋଇଯିବ ।

୩-ଏହା ବ୍ୟତୀତ ଯେଉଁ ବ୍ୟକ୍ତିକୁ ମେସେଜେ ସେଣ୍ଡ ହୋଇଯାଇଛି, ତେବେ ଉକ୍ତ ବ୍ୟକ୍ତି ଜଣକୁ ତୁରନ୍ତ ବ୍ଲକ କରିଦିଅନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ବ୍ଲକ କରିବାର କିଛି ଦିନ ଉକ୍ତ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ବ୍ଲକ କରିରଖନ୍ତୁ, କାରଣ ହ୍ୱାଟର୍ସଆପ ୩୦ କିଛି ଦିନ ପର୍ଯ୍ୟନ୍ତ ମେସେଜ ରିଷ୍ଟୋର କରିପାରେ ।