ମନକୁ କିପରି କରିବେ ନିୟନ୍ତ୍ରଣ, ଜାଣନ୍ତୁ ?

91

ଅନ୍ୟମନସ୍କ ରହିବା ଏକ ପ୍ରକାର ବଦଭ୍ୟାସ । ବେଳେବେଳ ପରିସ୍ଥିିତି ଚାପରେ ପଡି ମଧ୍ୟ ଲୋକାମାନେ ଅନ୍ୟମନସ୍କ ରୁହନ୍ତି । ବିଶେଷ କରି ଯୁବାବସ୍ଥାରେ ହିଁ ଲୋକେ ଏହି ପରିସ୍ଥିତିର ଶିକାର ହୁଅନ୍ତି । ଅନ୍ୟମନସ୍କ ହେବା ହେତୁ ପାଠରୁ ଆରମ୍ଭ କରି ଚାକିରୀ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଥାଏ । ତେଣୁ ଆସନ୍ତୁ ଜାଣିବା ମନକୁ କିପରି ନିୟନ୍ତ୍ରଣ କରିବେ ।

୧.ଫୋନକୁ ସାଇଲେଣ୍ଟ ମୋଡରେ ରଖନ୍ତୁ- ଆଜିର ଦୈନନ୍ଦିନ ଜୀବନରେ ଲୋକମାନେ ଗୋଟିଏ ଦିନ ମଧ୍ୟ ଫୋନ ବିନା ରହି ପାରୁନାହାନ୍ତି । ବିଜ୍ଞାନ ଓ ଜ୍ଞାନକୌଶଳ ଯେତେ ଅଧିକ ବଢୁଛି ମଣିଶର ଜୀବନ ସେତେ ଅଧିକ ବିଷାଦଗ୍ରସ୍ତ ହେଉଛି । ତେଣୁ ଯେତେବେଳ ଖାଲି ସମୟ ମିଳୁଛି ଫୋନକୁ ସାଇଲେଣ୍ଟ ରଖନ୍ତୁ ।

୨.କିଛି ସମୟ ପାଇଁ ମୌନ ରୁହନ୍ତୁ- ସବୁବେଳେ କିଛି କଥା ନଥାଇ ବକ ବକ ହେବା ବିଜ୍ଞତାର ଚିହ୍ନ ନୁହଁ । ଦିନକରେ କିଛି ସମୟ ବାହର କରି ଯେମିତି ହେଲେ ୧୫/୩୦ ମିନିଟ ମୌନ ରୁହନ୍ତୁ ।

୩.ଧ୍ୟାନରେ ବସନ୍ତୁ- ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଧ୍ୟାନ କରିବା ନିହାତି ଜରୁରୀ । ତେଣୁ ପ୍ରତିଦିନ କିଛି ସମୟ ଧ୍ୟାନରେ ବସନ୍ତୁ ।

୪.କାମ ଠୁଳ କରନ୍ତୁନି- ଅଧିକ କାମ ଠୁଳ କରନ୍ତୁନି । ଯେତିକି କାମ ସୁରୁଖୁରୁରେ କରିପାରବେ ସେତିକି ଦାୟିତ୍ୱ ନିଅନ୍ତୁ । ଅଧିକ କାମ ପ୍ରେସର ଯୋଗୁଁ ଆପଣ ବିଷାଦଗ୍ରସ୍ତ ହେବା ସହ କୌଣସି ବି କାମକୁ ଠିକ ଢଙ୍ଗରେ କରିପାରିବେ ନାହିଁ ।

୫.ଯୋଗାଭ୍ୟାସ କରନ୍ତୁ – ପ୍ରତିଦିନ ଯୋଗାଭ୍ୟାସ ଯୋଗୁଁ ମନ ସ୍ଥିର ହେବା ସହ ଶାନ୍ତ ହୁଏ । କେବଳ ଯେ ମନ ଶାନ୍ତ ହୁଏ ତା’ନୁହଁ ଯୋଗାଭ୍ୟାସ ଯୋଗୁଁ ଆମେ ବିଭିନ୍ନ ରୋଗରୁ ରକ୍ଷା ପାଇଥାଉ ।