ପୁରୁଣା ସ୍ମାର୍ଟଫୋନର ପୁନଃବ୍ୟବହାର କିପରି କରିବେ ?

0

ପୁରୁଣା ସ୍ମାର୍ଟଫୋନ ଧରି ଧରି ବିରକ୍ତ ହୋଇଗଲେ, ଆମେ ସଙ୍ଗେ ସଙ୍ଗେ ଆଉ ଏକ ନୂଆ ଫୋନ କିଣିନେଉ । ପୁରୁଣା ଫୋନକୁ ପଚାରେ କିଏ ? କିନ୍ତୁ ପୁରୁଣା ସ୍ମାର୍ଟଫୋନରେ ଯଦି କିଛି ତ୍ରୃଟି ନାହିଁ, ତେବେ ଆପଣ ପୁରୁଣା ସ୍ମାର୍ଟଫୋନକୁ ପୁନଃବ୍ୟହାର କରିପାରିବେ । ଆପଣ ଚାହିଁଲେ ପୁରୁଣା ସ୍ମାର୍ଟଫୋନକୁ କାର୍ ର ମିଡିଆ ପ୍ଲେୟାର ଭାବରେ ବ୍ୟବହାର କରିପାରିବେ । କେମିତି କରିବେ ଜାଣନ୍ତୁ . . . . .

• ପ୍ରଥମେ ପୁରୁଣା ଫୋନର ସିମ କାଢ଼ି ନୂଆ ଫୋନରେ ପକାନ୍ତୁ ।

• ପୁରୁଣା ସ୍ମାର୍ଟଫୋନରେ ବହୁତ ସାରା ଗୀତ ଲୋଡ କରିନିଅନ୍ତୁ ।

• ପୁରୁଣା ଫୋନକୁ କାର୍ ର ପାୱାର ପୋର୍ଟ ଦ୍ୱାରା କନେକ୍ଟ କରିନିଅନ୍ତୁ ।

• ଏହାପରେ ବ୍ଲୁଟୁଥ କିମ୍ବା ହେଡଫୋନ ମାଧ୍ୟମରେ ଫୋନକୁ ଷ୍ଟିରିଓ ଦ୍ୱାରା କନେକ୍ଟ କରନ୍ତୁ ।

ଆପଣଙ୍କ ସ୍ମାର୍ଟପୋନ ଏବେ ଆପଣଙ୍କ କାର୍ ର ନୂଆ ଷ୍ଟିରିଓ ହୋଇଗଲା ଆପଣ ଏଥିରେ ଯଦି ପୁରୁଣା ସିଡକୁ ବ୍ୟବହାର କରିବା ପାଇଁ ଚାହୁଁଥିବେ ତେବେ ବି କରିପାରିବେ ।

Comments are closed.