ଡିଲିଟ୍ ହୋଇଥିବା ଡାଟାକୁ କେମିତି କରିବେ ରିକଭର ?

44

ସ୍ମାର୍ଟଫୋନରେ ଆମେ ଅନେକ ବ୍ୟକ୍ତିଗତ ଡାଟା ସେଭ କରିଥାଉ । ଏଥିରେ ଫଟୋ, ଜରୁରୀ ଡକୁମେଣ୍ଟ, ଭିଡିଓ ସହ କଣ୍ଟାକ୍ଟ ନମ୍ବର ମଧ୍ୟ ରହୁଛି । କିନ୍ତୁ ବେଳେ ବେଳେ ଅଜାଣତରେ ହେଉ କିମ୍ବା ଫୋନ ହ୍ୟାଙ୍ଗ ହୋଇ ଡାଟା ଡିଲିଟ ହୋଇଯାଏ । କିନ୍ତୁ ଆପଣ ଏହି ଡିଲିଟ ଡାଟାକୁ ମଧ୍ୟ ରିକଭର କରିପାରିବେ । ଜାଣନ୍ତୁ ଡିଲିଟ ହୋଇଥିବା ଡାଟାକୁ କିପରି କରିବେ ରିକଭର . . . . .

• ଏଥିପାଇଁ ସ୍ମାର୍ଟଫୋନ ବ୍ୟବହାରକାରୀ ମାନେ ନିଜ ଫୋନରେ ଡମ୍ପଷ୍ଟର ନାମକ ଏକ ଆପ ଡାଉନଲୋଡ କରିବା ପାଇଁ ପଡିବ ।

• ଗୁଗୁଲ ପ୍ଲେଷ୍ଟୋର ଯାଇ ଏହି ଆପକୁ ଆପଣ ସହଜରେ ଡାଉନଲୋଡ କରିପାରିବେ ।

• ଏହାକୁ ଓପନ କରି ଏଥିରେ ଲେଖାଥିବା ଏଗ୍ରିମେଣ୍ଟ ଉପରେ କ୍ଲିକ କରନ୍ତୁ ।

• ଏହାପରେ ଯେଉଁ ଫାଇଲକୁ ରିକଭର କରିବା ପାଇଁ ଚାହୁଁଛନ୍ତି ତାକୁ ସିଲେକ୍ଟ କରନ୍ତୁ ।

• ଏହିପରି ଭାବେ ଅପାଣ ଆଣ୍ଡ୍ରଏଡ ଫୋନର ଡିଲିଟ ଡାଟାକୁ ରିକଭର କରିପାରିବେ ।