ଛୋଟ ଛୋଟ କଥାରେ ରାଗୁଛନ୍ତି କି ? ଜାଣନ୍ତୁ କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ

57

କ୍ରୋଧ ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ । ଯଦି ଆପଣଙ୍କୁ ଛୋଟ ଛୋଟ କଥାକୁ ନେଇ ରାଗ ଆସୁଛି, ଏହା ଆପଣଙ୍କ ଲାଗି ଏକ ଗମ୍ଭୀର ସମସ୍ୟା ହୋଇଥାଏ । ତେଣୁ ଏହା ପ୍ରତି ଆପଣ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଆପଣ ଏବଂ ଆପଣଙ୍କ ପରିବାର ଲାଗି ବହୁତ ଜରୁରୀ । ତେଣୁ ଏ ନେଇ ଆପଣ କୌଣସି ଜଣେ ଭଲ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଏମିତି ଚିହ୍ନନ୍ତୁ ନିଜ ଭିତରର ନିଜ ମଧ୍ୟରେ ରହିଥିବା କ୍ରେଧକୁ ….

 

 

 

 

 

 

 

 

 

 

 

 

 

 

 

 

କ୍ରୋଧ ଉପରେ ସେତିକି ବେଳେ ନିୟନ୍ତ୍ରଣ ଆସିଥାଏ, ଯେତେବେଳେ ମଣିଷ ଏହାକୁ ଚିହ୍ନିପାରିଥାଏ । ଯେଉଁ ବ୍ୟକ୍ତିର କୌଣସି ଦ୍ରବ୍ୟ ପ୍ରାପ୍ତ କରିବାର ଇଚ୍ଛା ରହିଥାଏ, ସେହି ବ୍ୟକ୍ତିଠାରେ କ୍ରୋଧ ବହୁତ ଶୀଘ୍ର ଆସିଥାଏ । ତେବେ ଏହି ଶ୍ରେଣୀର ଲୋକେ ବହୁତ ଶୀଘ୍ର କ୍ରୋଧିତ ହେବା ସହିତ ନିଜର ଧୈର୍ଯ୍ୟ ମଧ୍ୟ ହରାଇ ବସନ୍ତି ।

ଏମିତି କରନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ!

୧-ଯେତେବେଳେ ଆପଣଙ୍କୁ କ୍ରୋଧ ଆସୁଥିବାର ଅନୁଭବ କରୁଛନ୍ତି, ସେତେବେଳେ ଆପଣ ଚୁପ୍‌ ରୁହନ୍ତୁ ଏବଂ କାହାରିକୁ କିଛି ବି କୁହନ୍ତୁ ନାହିଁ । ଏହା ବ୍ୟକ୍ତିକୁ କ୍ରୋଧ ଆସିବା ସ୍ଥିତିରୁ ବଞ୍ଚାଇଥାଏ ।

୨-ତେବେ ଯୋଗ ଏବଂ ଧ୍ୟାନ ମାଧ୍ୟମରେ ବ୍ୟକ୍ତି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିପାରେ । ତେଣୁ ପ୍ରତ୍ୟେକ ଦିନ ଧ୍ୟାନ କରିବା ଦ୍ୱାରା ବି କ୍ରୋଧ ଉପରେ ନିୟନ୍ତ୍ରଣ କରାଯାଇପାରେ । ଅର୍ଥାତ୍‌ ଧ୍ୟାନ ଦ୍ୱାରା ବ୍ୟକ୍ତି ଜୀବନ ଶାନ୍ତ ଏବଂ ସଂନ୍ତୁଳିତ ହୋଇଥାଏ ଏବଂ କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖାଯାଇଥାଏ ।

୩-ଏଥିସହିତ ଯେଉଁଠାରେ ଝଗଡ଼ା ବା କ୍ରୋଧର ପରିସ୍ଥିତି ରହିଛି,ସେଠାରୁ ଆପଣ ତୁରନ୍ତ ହିଁ ପ୍ରସ୍ଥାନ କରନ୍ତୁ । ଏହାଦ୍ୱାରା ବ୍ୟର୍ଥ ବିବାଦ ହେବ ନାହିଁ ଏବଂ ଆପଣ ମଧ୍ୟ କ୍ରୋଧ କବଳରୁ ନିଜକୁ ନିୟନ୍ତ୍ରଣ ରଖିପାରିବେ । ବିବାଦ ବା ଯୁକ୍ତତର୍କର ପରିସ୍ଥିତିରେ ସେହି ସ୍ଥାନରେ ରହିବା ବି ମଧ୍ୟ କ୍ରୋଧର କାରଣ ହୋଇଥାଏ ।

୪- କ୍ରୋଧ ଉପରେ ନିୟନ୍ତ୍ରଣ କରିବାକୁ ହେଲେ ଆପଣ ଉତ୍ତେଜକ ପରିସ୍ଥିତି ଆସିଲେ ନିଜ ଆଖି ଏବଂ କାନ ଉଭୟକୁ ବନ୍ଦ୍‌ କରିଦିଅନ୍ତୁ । ଏହାଦ୍ୱାରା ଆପଣ ଯେଉଁ କାରଣକୁ ନେଇ ବିବାଦ ସୃଷ୍ଟି ହୋଇଛି ତାହାକୁ ନା ଦେଖିପାରିବେ ନା ଶୁଣିପାରିବେ ।