ଖୋଲୁଛି ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ହତ୍ୟାକାଣ୍ଡର ଗୁମର! ସର୍ଜିକାଲ ଛୁରିରେ ମୃତକଙ୍କ ଶରୀରକୁ ଟିକିଟିକି କରି କାଟି ଅଳିଆ ଗଦାରେ ପୋତି ଦେଇଥିଲେ ଡାକ୍ତର

86

କନକ ବ୍ୟୁରୋ : ବ୍ରହ୍ମପୁର ବ୍ୟାଙ୍କ୍ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡର ତଦନ୍ତ ଯେତିକି ଆଗଉଛି, ସେତିକି ଚାଂଚଲ୍ୟକର ଖବର ପହଁଚୁଛି । ଗୋଟିଏ ପଟେ ନର୍ସଙ୍କ ସହ ପରକୀୟା ପ୍ରୀତିରେ ମାତି ଡାକ୍ତର ହତ୍ୟାକାରୀ ପାଲଟିଥିବା ନେଇ ଆସୁଥିବା ନେଇ ଯେତିକି ବିଚଳିତ କରୁଛି, ଅନ୍ୟପଟେ ଜଣେ ଡାକ୍ତର କିପରି ହତ୍ୟାକାଣ୍ଡ ଭିଆଇପାରେ, ସେ ନେଇ ଆସୁଛି ଲୋମଟାଙ୍କୁରା ଖବର । ସନ୍ଦେହ କରାଯାଉଛି, ବିଷାକ୍ତ ଔଷଧ ଦେଇ ବିଷ୍ଣୁ ଗୌଡ଼ଙ୍କୁ ହତ୍ୟା କରିଥିଲେ ଡାକ୍ତର ହୃଷିକେଶ ତ୍ରିପାଠୀ । ଏହାଠାରୁ ଆହୁରି ଭୟାନକ ଖବା ହେଉଛିି, ପ୍ରମାଣ ନଷ୍ଟ ଲାଗି ମୃତଦେହରୁ ରକ୍ତ ନିଗାଡ଼ି ଟିକିଟିକି କରି କାଟି ଅଲିଆ ଗଦାରେ ପୋତିଦେବା ।

ପ୍ରେମ, ପ୍ରଣୟ, ହତ୍ୟା ଓ ଷଡଯନ୍ତ୍ରର ଏହି କାହାଣୀ ମଧ୍ୟରୁ ମିଳିଛି ସାଂଘାତିକ ସତ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ସର୍ଜିକାଲ ଛୁରୀରେ ବିଷ୍ଣୁ ଗୌଡ଼ଙ୍କ ମୃତଶରୀରରୁ ଡାକ୍ତରୀ ବୁଦ୍ଧି ଲଗାଇ ସବୁ ରକ୍ତ ନିଗାଡି ଦେଇଥିଲା ଅଭିଯୁକ୍ତ । କେବଳ ଏତିକି ନୁହେଁ ପୋଷ୍ଟମର୍ଟମ କରିଥିବା ଡାକ୍ତର ଅନୁମାନ କରୁଛନ୍ତି, ମୃତ ଶରୀରକୁ ଅପରେସନ୍ ଥିଏଟରରେ ଟିକିଟିକି କାଟି ଦେଇଥିଲା ଡାକ୍ତର ହୃଷିକେଶ ତ୍ରିପାଠୀ ।
କିଭଳି ହୋଇଥିଲା ଏହି ନୃଶଂସ ହତ୍ୟାକାଣ୍ଡ?
– ସଂଦେହ କରାଯାଉଛି, ପୋଲିସକୁ ଭୂଆଁ ବୁଲାଇବା ପାଇଁ କୌଣସି ବିଷାକ୍ତ ଔଷଧ ଦିଆଯାଇ ହୋଇଥିଲା ମର୍ଡର
– ମୃତ୍ୟୁ ପରେ ମୃତଦେହରୁ ରକ୍ତ ନିଗାଡ଼ି ସର୍ଜିକାଲ ଛୁରୀରେ ଖଣ୍ଡ ଖଣ୍ଡ କରାଯାଇଥିଲା
– ଖଣ୍ଡ ବିଖଣ୍ଡିତ ଶରୀରକୁ ପଲି୍ଥିନରେ ଗୁଡ଼ାଇ ସହଯୋଗୀଙ୍କ ସହ ନିଜେ ଗାଡ଼ିରେ ନେଇ ଅଳିଆ ଗଦାରେ ପୋତି ଦେଇଥିଲେ ଅଭିଯୁକ୍ତ ଡାକ୍ତର

ସେପଟେ ବ୍ରହ୍ମପୁରର ବ୍ୟାଙ୍କ ଏଜେଂଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡର ତଦନ୍ତ ଯେତିକି ଆଗଉଛି, ଆସିବାରେ ଲାଗିଛି ସେତିକି ରେମାଂଚକର ତଥ୍ୟ । ଏହି ହତ୍ୟାକାଣ୍ଡ କୌଣସି ହାର୍ଡକୋର ଅପରାଧୀ ନୁହେଁ, ଘଟାଇଛନ୍ତି ଜଣେ ଡାକ୍ତର । ଧୀରେ ଧୀରେ ସାମନାକୁ ଆସୁଛି ନର୍ସଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀ ରଚିଥିବା ମର୍ଡର ପ୍ଲଟର ସାଂଘାତିକ କାହାଣୀ ।

ଅନ୍ୟପଟେ ମୃତ ବିଷ୍ଣୁ ଗୌଡ଼ଙ୍କ ପରିବାରରେ ଏବେ କାନ୍ଦ ବୋବାଳି ଚାଲିଛି । କେହି ବିଶ୍ୱାସ କରି ପାରୁନାହାନ୍ତି ଜଣେ ଡାକ୍ତର ଏଭଳି ଜଘନ୍ୟ ହତ୍ୟାକାରୀ ହୋଇପାରେ । ଜଣେ ନର୍ସଙ୍କ ସହ ଡାକ୍ତର ହୃଷିକେଶ ତ୍ରିପାଠୀ ପ୍ରେମ ସଂପର୍କ ଓ ଏହି ସଂପର୍କରେ କଂଟା ସାଜିଥିବା ବିଷ୍ଣୁ ଗୌଡ଼କୁ ରାସ୍ତାରୁ ହଟାଇ ଦେବା ଲାଗି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ଧୀରେ ଧୀରେ ରହସ୍ୟ ଖୋଲୁଛି । ପରିବାର ଲୋକଙ୍କ ଅଭିଯୋଗ, ନର୍ସଙ୍କ ସହ ବିଷ୍ଣୁ ଗୌଡ଼ଙ୍କ ପୁରୁଣା ସଂପର୍କ ଥିବାରୁ ଏହାକୁ ସହି ପାରୁନଥିଲେ ଡାକ୍ତରବାବୁ । ମୃତ ବିଷ୍ଣୁ ଗୌଡ଼ଙ୍କ ପତ୍ନୀ କହିଛନ୍ତି, ବାରମ୍ବାର ଏ ନେଇ ଧମକଚମକ ଦେଉଥିଲେ ଡାକ୍ତର । ଆଉ ଏସବୁ ଭିତରେ ପ୍ରାୟ ୨୬ ଦିନ ପରେ ହୋଇଛି ମୃତ ବିଷ୍ଣୁ ଗୌଡ଼ଙ୍କ ଶୁଦ୍ଧ କାର୍ଯ୍ୟ ।