ଆଧୁନିକ ଯୁଗର ଆଧୁନିକ ରୋଗ : “ଟେକ୍ସଟ ନେକ୍ ଓଭର ୟୁଜ ସିଣ୍ଡ୍ରୋମ’’କବଳରେ ଯୁବପିଢ଼ି । ଏହା ବିଷୟରେ ଆସନ୍ତୁ ଜାଣିବା

186

ଏବେ ଯୁବ ପିଢ଼ିଙ୍କ ସମେତ ଅଧିକାଂଶ ବ୍ୟକ୍ତିଙ୍କ ଦୁନିଆ ସ୍ମାର୍ଟଫୋନ ଭିତରେ ସୀମିତ ହୋଇ ରହିଯାଇଥିବା ଭଳି ଲାଗୁଛି । ସବୁବେଳେ ଫୋନକୁ ଆସୁଥିବା କଲ୍, ମେସେଜ, ବିଭିନ୍ନ ସୂଚନା ଉପରେ ନଜର ଲାଖି ରହୁଛି । ଏଭଳି ଅଭ୍ୟାସ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ସବୁବେଳେ ଫୋନକୁ ଦେଖିବା ଯୋଗୁଁ ମେରୁଦଣ୍ଡର ହାଡ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି କାରଣରୁ ଆଜିକାଲି ‘Text Neck Overuse Syndrome’ ଅର୍ଥାତ ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ହେଉଥିବା ରୋଗ ଆକ୍ରାନ୍ତ କଲାଣି ।

ସାଧାରଣ ମଣିଷ ମୁଣ୍ଡର ଓଜନ ୪,୫ କିଗ୍ରାରୁ ୫ କିଗ୍ରା ହୋଇଥାଏ । ମୁଣ୍ଡ ତଳକୁ କରିବା ଲଗି ବେକ ବଙ୍କାଇବା ସମୟରେ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ମୁଣ୍ଡ ଉପରେ ପଡୁଥିବା ଚାପ ପ୍ରାୟ ୨୭ କିଗ୍ରା ପର୍ଯ୍ୟନ୍ତ ବଢ଼ି ଯାଏ । ଏହା ଦ୍ୱାରା ସର୍ଭାଇକଲ କ୍ଷତିଗ୍ରସ୍ତ ହୁଏ ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ଶାରୀରିକ ସ୍ଥିତିର ପ୍ରଭାବ ମଣିଷର ମାନସିକତା, ବ୍ୟବହାର ଏବଂ ମସ୍ତିଷ୍କ ଉପରେ ବି ପଡେ । ବାରମ୍ବାର ନଇଁବା ଦ୍ୱାରା ଜଣେ ଅଧିକ ଅବସାଦ ଗ୍ରସ୍ତ ହୋଇପାରନ୍ତି ।

ଏହି ସମସ୍ୟାରୁ ସୁରକ୍ଷା ପାଇବା ଖୁବ ସହଜ । ସବୁବେଳେ ସଳଖ ଭାବେ ଛିଡା ହେବା ଉଚିତ । ସୋସିଆଲ ସାଇକ୍ଲୋଜିଷ୍ଟଙ୍କ ଅନୁସାରେ, କନଫିଡେଣ୍ଟ ପୋଜିସନରେ ଛିଡା ହେବା ଦ୍ୱାରା ଟେଷ୍ଟାଷ୍ଟେରୋନ ଏବଂ କର୍ଟିସଲ ହରମୋନ ସଠିକ ପରିମାଣରେ ପ୍ରବାହିତ ହୋଇପାରେ । ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିବା ସମ୍ଭବ ହୁଏ । ବିଶେଷଜ୍ଞମାନଙ୍କ ମତରେ, ସବୁବେଳେ ଫୋନରେ ବ୍ୟସ୍ତ ରହିବା ଅଭ୍ୟାସ ବାସ୍ତବିକ ଠାରୁ ଦୂରେଇ ନିଏ । ଏଥିସହିତ ଫୋନ ପାଇଁ ମୁଣ୍ଡ ତଳକୁ କରି କଥା କହିବା ମଣିଷର ବାର୍ତ୍ତାଳାପ କୈାଶଳକୁ ବି ଖରାପ କରେ ।