ଟଙ୍କା ଉଠାଇବା ପୂର୍ବରୁ ଚେକ୍ କରି ନିଅନ୍ତୁ ଏଟିଏମର ଗ୍ରୀନ ଲାଇଟ । ନଚେତ ଆପଣଙ୍କ ଆକାଉଣ୍ଟ ହୋଇ ଯାଇପାରେ ଖାଲି

48

ଦିନକୁ ଦିନ ବଢି ଚାଲିଛି ଏଟିଏମର ବ୍ୟବହାର । ଏପରିକି ଗ୍ରାହକଙ୍କ ପାଇଁ ୨୪ ଘଣ୍ଟା ଏଟିଏମ ସେବା ମଧ୍ୟ ଆରମ୍ଭ କରିଛି ବ୍ୟାଙ୍କ । ତେବେ ଯେଉଁଭଳି ଭାବେ ଏଟିଏମର ବ୍ୟବହାର ବଢୁଛି ଠିକ୍ ସେହିଭଳି ଏଟିଏମରେ ଠକେଇ ମଧ୍ୟ ବଢି ଚାଲିଛି । କିନ୍ତୁ ଯଦି ଗ୍ରାହକ ଏହି ଟିକିଏ ସାବଧାନ ରହିବେ ତେବେ ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିବା ସହ ଠକେଇରୁ ମଧ୍ୟ ରକ୍ଷା ପାଇପାରିବେ । ତେଣୁ ଏଟିଏମରୁ ଟଙ୍କା ଉଠାଇବା ପୂର୍ବରୁ ଏହା ସୁରକ୍ଷିତ କି ନୁହେଁ ତାହା ଯାଞ୍ଚ କରିବା ଆବଶ୍ୟକ । କାରଣ ଏଟିଏମରେ ସବୁଠୁ ଅଧିକ ଠକେଇ କାର୍ଡ କ୍ଲୋନିଂ ଦ୍ୱାରା ହୋଇଥାଏ । କାର୍ଡ କ୍ଲୋନିଂର ଅର୍ଥ ଆପଣଙ୍କ ତଥ୍ୟ ହ୍ୟାକର୍ସ ଚୋରି କରିବା ସହ ଅନ୍ୟ ଏକ କାର୍ଡ ପ୍ରସ୍ତୁତ କରି ବେଶ ସହଜରେ ଟଙ୍କା ଉଠାଇ ପାରିବେ ।

କିପରି ଚୋରି ହୋଇଥାଏ କାର୍ଡ ତଥ୍ୟ :
– ହ୍ୟାର୍କସ ମାନେ ଏଟିଏମ ମେସିନରେ କାର୍ଡ ଲଗାଯାଉଥିବା ସ୍ଲଟରୁ ଚୋରି କରି ନେଇଥାନ୍ତି ୟୁଜର୍ସଙ୍କ ତଥ୍ୟ ।
– ଏଟିଏମ ମେସିନ କାର୍ଡ ସ୍ଲଟରେ ଏଭଳି ଡିଭାଇସ ଲଗାଇ ଦିଆଯାଇଥାଏ, ଯାହା ଗ୍ରାହକଙ୍କ ଏଟିଏମ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ସ୍କାନ କରି ନେଇଥାଏ ।
– ଏହାପରେ ବ୍ଲୁଟୁଥ୍ ଓ କିମ୍ବା ୱାୟରଲେସ ଡିଭାଇସ ଦ୍ୱାରା ତଥ୍ୟ ଚୋରି କରି ନିଆଯାଇଥାଏ ।

କିପରି ରହିବେ ସର୍ତକ :
– ଡେବିଟ କାର୍ଡର ପୂରା ତଥ୍ୟ ଜାଣିବା ପାଇଁ ହ୍ୟାକର୍ସ ଗ୍ରାହକଙ୍କ ପିନ୍ ନମ୍ବର ଜାଣିବା ଜରୁରୀ । ହ୍ୟାକର୍ସ ପିନ୍ ନମ୍ବର ସିସି କ୍ୟାମେରା ଦ୍ୱାରା ଟ୍ରାକ କରିଥାନ୍ତି । ତେଣୁ ଏଥିରୁ ବଞ୍ଚିବା ପାଇଁ ଏଟିଏମରେ ପିନ୍ ନମ୍ବର ଦେବା ବେଳେ ଅନ୍ୟ ହାତରେ ଏହାକୁ ଲୁଚାଇ ରଖନ୍ତୁ ଯେପରି ଏହା ସିସିଟିଭି ସ୍କାନରରେ ଆସିବ ନାହିଁ ।
– ଏଟିଏମରୁ ଟଙ୍କା ଉଠାଇଥିଲେ ଏଟିଏମର କାର୍ଡ ସ୍ଲଟକୁ ଧ୍ୟାନ ସହକାରେ ଦେଖନ୍ତୁ । ଯଦି ଏଟିଏମ କାର୍ଡ ସ୍ଲଟ ଢିଲା କିମ୍ବା ଏଥିରେ କୌଣସି ଗଡବଡ ହୋଇଥାଏ ବୋଲି ଆଶଙ୍କା କରୁଛନ୍ତି ତେବେ ଏଟିଏମ କାର୍ଡ ଆଦୌ ବ୍ୟବହାର କରନ୍ତୁ ନାହିଁ ।
– ଏଟିଏମ କାର୍ଡ ସ୍ଲଟରେ କାର୍ଡ ବ୍ୟବହାର କରିବା ବେଳେ ଜଳୁଥିବା ଲାଇଟ ଉପରେ ଧ୍ୟାନ ଦିଅନ୍ତୁ ।ଯଦି ସବୁଜ ଲାଇଟ ଜଳୁଥାଏ ତେବେ ଏଟିଏମ ସୁରକ୍ଷିତ ଅଛି ଓ ଏହାସହ କୌଣସି ଗଡବଡ କରାଯାଇନାହିଁ । କିନ୍ତୁ ଯଦି ଲାଲ କିମ୍ବା ଅନ୍ୟ କେଉଁ ଲାଇଟ ଜଳୁଥାଏ ତେବେ ଏହି ଏଟିଏମକୁ ଆଦୌ ବ୍ୟବହାର କରନ୍ତୁ ନାହିଁ । କାରଣ ଏହାକୁ ହ୍ୟାର୍କସ ମାନେ ହ୍ୟାକ କରିଥାଇ ପାରନ୍ତି ।