ଆପଣ ପ୍ୟାନ କାର୍ଡ ବନେଇବାକୁ ଚାହୁଁଛନ୍ତି କି ? ଘରେ ବସି କରିପାରିବେ ଆବେଦନ ! ଜାଣନ୍ତୁ ଏହାର ତରିକା

87

ଯେତେବେଳେ କୌଣସି ପ୍ୟାନ୍ କାର୍ଡ ବନେଇବା ପାଇଁ ବା କିଛି ତଥ୍ୟ ଅପଡେଟ୍ କରିବାକୁ ଲୋକେ ଚାହିଁଥାନ୍ତି  ତ ବହୁତ ଚିନ୍ତିତ ହୋଇଯାନ୍ତି । ଭାବନ୍ତି ଏଥିପାଇଁ ଅନେକ ଚକ୍କର ଲଗେଇବାକୁ ପଡିବ ସଂପୃକ୍ତ ଅଫିସରେ । କିନ୍ତୁ ଏବେ ଏକ ସହଜ ତରିକା ଆପଣଙ୍କୁ ବତେଇବୁ , ଯାହାକି ଆପଣ ଘରେ ବସି ପ୍ୟାନ୍ କାର୍ଡ ପାଇଁ ଆବେଦନ କରିପାରିବେ । ଆଉ ଏଥିରେ ନୂଆ ସୂଚନା ଅପଡେଟ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ଉମଙ୍ଗ ଆପ୍ । ମୋଦି ସରକାରଙ୍କ ତରଫରୁ ଜାରି କରାଯାଇଥିବା ଏହି ଆପ୍ ବହୁତ କାମରେ ଆସୁଛି । ଏହା ଦ୍ୱାରା ଆପଣ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ ମଧ୍ୟ । ଏବଂ ଏହାସହ ଅନ୍ୟ ସେବାର ଲାଭ ମଧ୍ୟ ଉଠାଇପାରିବେ । ଏହି ଆପ୍ ରେ ଏବେ ଆୟକର ବିଭାଗ ମଧ୍ୟ ପ୍ରବେଶ କରିସାରିଛି । ଏବେ ଆସନ୍ତୁ ଜାଣିବା କେମିତି ଉମଙ୍ଗ ଆପ୍ ଜରିଆରେ ବନେଇବେ ପ୍ୟାନ୍ କାର୍ଡ ।

ଏକ ଆପ୍ କୁ କରିବାକୁ ହେବ ଡାଉନଲୋଡ –
ଏଥିପାଇଁ ପ୍ରଥମେ ଆପଣଙ୍କୁ ଉମଙ୍ଗ ଆପ୍ କୁ ଡାଉନଲୋଡ କରିବାକୁ ହେବ । ଏବଂ ପୁଣି ଏହାର ‘ମାଇଁପେନ୍’ ସେକ୍ସନକୁ ଯିବାକୁ ହେବ । ଏଠାରେ ନୂଆ ପ୍ୟାନ୍ କାର୍ଡ ତିଆରି କରିବା ପାଇଁ ୪୯ଏ ଫର୍ମକୁ ପୂରଣ କରିବାକୁ ହେବ । ପ୍ୟାନ କାର୍ଡରେ କୋର୍ଡ ସୂଚନା ଅପଡେଟ୍ ପାଇଁ ଆପଣ ସିଏସଏଫ୍ ଫର୍ମ ପୂରଣ କରିପାରିବେ । ଏହି ଆପ୍ ଜରିଆରେ ପ୍ୟାନ୍ କାର୍ଡ ଆପ୍ଲିକେଶନର ଷ୍ଟାଟସ୍ କୁ ଜାଣିପାରିବେ । ଏବଂ ପ୍ୟାନ କାର୍ଡ ତିଆରି ପାଇଁ ଅର୍ଥ ମଧ୍ୟ ପୈଠ କରିପାରିବେ।

କିଏ ତିଆରି କରିଛନ୍ତି ଏହି ଆପ୍ ?
ଏହି ଆପ୍ ଉମଙ୍ଗ( ୟୁନିଫାଇଡ୍ ମୋବାଇଲ୍ ଆପ୍ଲିକେଶନ ଫର୍ ନ୍ୟୁ ଏଜ୍ ଗଭର୍ଣ୍ଣେନ୍ସ)କୁ ଦୂର ସଂଚାର ମନ୍ତ୍ରାଳୟ ଓ ନ୍ୟାସନାଲ୍ ଇ-ଗଭର୍ଣ୍ଣାନ୍ସ ଡିଭିଜନ ମିଳିତ ଭାବେ ତିଆରି କରିଛନ୍ତି । ଏହା ଜରିଆରେ କେବଳ ପ୍ୟାନ୍ କାର୍ଡ ସଂପର୍କିତ କାମ ହେବ , ତାନୁହେଁ ଆହୁରି ଅନେକ କାମ ମଧ୍ୟ କରିପାରିବେ । ଏହା ଦ୍ୱାରା ଅଧିକାଂଶ ସରକାରୀ ଯୋଜନାର ଲାଭ ଉଠାଇପାରିବେ ।

ଆଉ କେଉଁ କାମ ଏହି ଆପ୍ ଦ୍ୱାରା ହୋଇପାରିବ –
କୌଣସି କଂପାନୀର ଗ୍ୟାସ୍ ସିଲିଣ୍ଡର ଉମଙ୍ଗ ଆପ୍ ରେ ବୁକ୍ କରିପାରିବେ । ଏହିପରି ଭାବେ ଗ୍ୟାସ୍ ବୁକିଂ କରିବା ପାଇଁ ଅଲଗା ଅନ୍ୟ କୌଣସି ଆପ୍ ଡାଉନ ଲୋଡ୍ କରିବା ଜରୁରୀ ନୁହେଁ । ଏହି ଆପ୍ ଜରିଆରେ ପାସପୋର୍ଟ ସହ ଜଡିତ ଅନେକ କାମ କରିପାରିବେ । ଏବଂ ଅନ୍ୟପଟେ ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସକୁ ଡିଜିଟାଲାଇଜରରେ ରଖିଛନ୍ତି ତ ଏହି ଆପ୍ ଦ୍ୱାରା ଏହାକୁ ଡାଉନଲୋଡ୍ କରିପାରିବେ ।
( ସୌଜନ୍ୟ- ୱାନଇଣ୍ଡିଆ)