ପୋଲିସର ଉପସ୍ଥିତି ବୁଦ୍ଧି ଯୋଗୁଁ ଧରାପଡିଲା ଅଭିଯୁକ୍ତ । ଏନକାଉଣ୍ଟର କରିବା ବେଳେ ବନ୍ଧୁକରୁ ବାହାରିଲାନି ଗୁଳି, ଆଉ ତା ପରେ… । ଦେଖନ୍ତୁ ଭିଡିଓ

50

କୁହାଯାଏ ଚୋର ଯେତେ ଚାଲାକ ହେଲେ ମଧ୍ୟ ପୋଲିସ ସବୁବେଳେ ଚୋର ଠାରୁ ଦୁଇପାଦ ଆଗରେ ରହିଥାଏ । ଏହାର ଅନେକ ନଜିର ରହିଛି । ପୂର୍ବରୁ ଚୋର ବା ଅନ୍ୟ କୌଣସି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଭିନ୍ନ ପନ୍ଥା ଆପଣାଇଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଥିବା ସମ୍ଭଲ ଜିଲ୍ଲାରେ କିଛି ସେଭଳି ଘଟଣା ଦେଖିବାକୁ ମିଳିଛି । ଏନକାଉଣ୍ଟର କରିବାକୁ ଯାଇଥିବା ପୁଲିସକର୍ମୀଙ୍କ ପିସ୍ତଲରୁ ଗୁଳି ନ ବାହାରିବାରୁ ଚୋରକୁ ଧରିବା ପାଇଁ ସେ ଯେଉଁ ବାଟ ଆପଣାଇଥିଲେ ତାହା ନିହାତି ଭାବରେ ପ୍ରଶଂସନୀୟ ।


ସୂଚନା ମୁତାବକ, ଅକ୍ଟୋବର ୧୨ରେ ଏକ ଏନକାଉଣ୍ଟର ଚାଲୁଥିବା ସମୟରେ ଅଭିଯୁକ୍ତମାନେ ପୁଲିସ ହାତରୁ ଖସି ପଳାଇବାକୁ ବସିଥିଲେ । ଏହି ସମୟରେ ସେମାନଙ୍କୁ ଡ଼ରାଇବା ପାଇଁ ଜଣେ ପୁଲିସକର୍ମୀ ନିଜ ପିସ୍ତଲ ବାହାର କରି ଗୁଳି ମାରିବାକୁ ପ୍ରସ୍ତୁତ ହୋଇ ସାରିବା ପରେ ସେଥିରୁ ଗୁଳି ବାହାରି ନଥିଲା । କିଛି ସମୟ ଚେଷ୍ଟା କରିବା ପରେ ସେଥିରୁ ଗୁଳି ନ ବାହାରିବାରୁ ସାଥୀରେ ଥିବା ଆଉ ଜଣେ ପୁଲିସକର୍ମୀ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗୁଳି ଫୁଟିବା ପରେ ଯେଉଁ ଭଳି ଶବ୍ଦ ହୁଏ । ସେଭଳି ଶବ୍ଦ ବାହାର କରିବାକୁ ଲାଗିଥିଲେ ।

ଭାଗୋ ଭାଗୋ କହିବା ସହ ଗୁଳିର ବାହାରିବା ଭଳି ଶବ୍ଦ ଠାଏ ଠାଏ ମଧ୍ୟ କହୁଥିବାର ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି । ଏହି ଭିଡ଼ିଓଟି Uttar Pradesh. Org newsର ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟି ଭାଇରାଲ ହେବା ପରେ ପୁଲିସକର୍ମୀଙ୍କ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।