ଗର୍ଲଫ୍ରେଣ୍ଡକୁ ଭେଟିବା ପଡିଲା ମହଙ୍ଗା ! ୨କୋଟି ଟଙ୍କା ନେଇ ବିଦେଶ ଫେରାର୍ ହେଉଥିବା ଅପହରଣକାରୀକୁ ଧରିଲା ପୁଲିସ୍

111

ନୂଆ ଦିଲ୍ଲୀ : ପୁଲିସ୍ ଜାଲରେ ଅପହରଣକାରୀ । ୨କୋଟି ନେଇ ଦେଶାନ୍ତର ହୋଇଯିବାର ପ୍ରୟାସରେ ଥିବା ଅପହରଣକାରୀକୁ ଧରିଛି ପୁଲିସ୍ । ନିଜ ଗର୍ଲଫ୍ରେଣ୍ଡକୁ ଭେଟିବା ପଡିଲା ମହଙ୍ଗା । ୨୫ ବର୍ଷିୟ ରାହୁଲ୍ କୁମାର ନିଜର ଗର୍ଲଫ୍ରେଣ୍ଡକୁ ଫରିଦାବାଦରେ ଥିବା ଘରେ ଭେଟିଥିଲେ । ରାହୁଲର ବିଶ୍ୱାସ ଥିଲା କି ତାର ଗର୍ଲଫ୍ରେଣ୍ଡ ତା ସହ ଯିବାକୁ ପ୍ରସ୍ତୁତ ହୋଇଯିବ । ଏହି ବିଶ୍ୱାସର ସହ ସେ ତାର ଗର୍ଲଫ୍ରେଣ୍ଡ ଘରେ ପହଁଚିଥିଲା । ହେଲେ ଯାହା ସେଠାରେ ଦେଖିଲା ସେ କେବେ ବିଶ୍ୱାସ କରିନଥିଲା ।

ପୂର୍ବରୁ ପୁଲିସ୍ ପ୍ରେମିକାର ଡ୍ରଇଂ ରୁମରେ ବସିଥିଲା । ରାହୁଲ ପାଖରେ ଯେଉଁ ଟଙ୍କା ଥିଲା ସେ ଏହି ଅର୍ଥର ଅଂଶୀଦାର ଥିଲା , ଯାହା ଦକ୍ଷିଣ ଦିଲ୍ଲୀର ବିଜିନେସ୍ ମ୍ୟାନର ପୁଅକୁ ଅପହରଣ କରି ଆଦାୟ କରିଥିଲା । ରାହୁଲ୍ ଆଉ ଏକ ଭୁଲ୍ କରିଥିଲା । ସେ ଯାହାକୁ ଅପହରଣ କରିଥିଲା ସେ କାମ କରୁଥିବା ବ୍ୟବସାୟୀର ପୁଅ ଥିଲା । ସେ ଫୋନ କରି ଅନ୍ୟ କର୍ମଚାରୀଙ୍କୁ ସ୍ଥିତି ବିଷୟରେ ପଚାରୁଥିଲା । ଆଉ ମଧ୍ୟ ଟଙ୍କା ପାଇଁ ଯାହାକୁ ସେ ଅପହରଣ କରିଥିଲା ତାଙ୍କ ମୋବାଇଲରୁ ସେ ଫୋନ୍ କରିଥିଲା । ପୁଲିସ୍ କହିଛି କି ଅପହରଣର ପୂର୍ବରୁ ରାହୁଲ୍ ଗୋଟିଏ ଦିନରେ ପାଖାପାଖି ୩୫ କଲ୍ କରିଥିଲା । କିନ୍ତୁ ଟଙ୍କା ପାଇସାରିବା ପରେ ସେ କେବଳ ଦୁଇ ଜଣ ବ୍ୟକ୍ତିଙ୍କୁ କଲ୍ କରୁଥିଲା । ଜଣେ ନିଜର ଗର୍ଲଫ୍ରେଣ୍ଡ ଓ ଦ୍ୱିତୀୟ ତାର ସହକର୍ମୀଙ୍କୁ । ଏହାପରେ ଜାଣିବା ପରେ ପୁଲିସ୍ ତାର ଗର୍ଲଫ୍ରେଣ୍ଡ ଘରେ ନଜର ରଖିଲା । ଏବଂ ସେ ପୁଲିସ୍ ହାତରେ ଧରାପଡିଗଲା ।

ଅପହୃତ ହୋଇଥିବା ବ୍ୟକ୍ତି ଘରକୁ ଫେରିବା ପରେ ପୁଲିକୁ ଅନେକ ସୂଚନା ଦେଇଥିଲା । ସେ କହିଥିଲା କି ତାକୁ ଏନଏଚ୍ -୨୪ ର ପାଖରେ ରଖାଯାଇଥିଲା । ସେଠାରେ ବାଇକ୍ ଯାତାୟତର ଶବ୍ଦ ଶୁଭୁଥିଲା । ତାଙ୍କୁ ଏକ ଗଳି ରାସ୍ତାରେ ଥିବା ଘରେ ରଖାଯାଇଥିଲା । ଏହି ସୂଚନା ପାଇଲା ପରେ ପୁଲିସ୍ ଖୁବ୍ ଶୀଘ୍ର ତାର ଅନ୍ୟ ସାଥୀମାନଙ୍କର ପତ୍ତା ଲଗାଇଥିଲା । ଅପହରଣକାରୀମାନେ ନିଶ୍ଚୟ ବିନୋଦ ନଗର ପାଖରେ ରହୁଥିବାର ପୁଲିସ୍ ଅନୁମାନ କଲା । ରାହୁଲକୁ ଗିରଫ କରିବାର କିଛି ଘଂଟା ପରେ ପୁଲିସ୍ ତାଙ୍କର ଅନ୍ୟ ଦୁଇ ସାଥୀ ସୁନିଲ୍ ଓ ଘନଶ୍ୟାମଙ୍କୁ ମଧ୍ୟ ଗିରଫ କରିଲା । ପୁଲିସ୍ ତାଙ୍କ ପାଖରେ ୩.୯୬କୋଟି ଟଙ୍କା ମଧ୍ୟ ବାହାର କଲା । ତିନିଜଣ ଯାକ ତିହାଡ ଜେଲକୁ ପଠାଇଦିଆଯାଇଛି । ଏବଂ ଚତୁର୍ଥ ସାଥୀକୁ ଓମ୍ ପ୍ରକାଶ ଏବେ ବି ଫେରାର୍ । ତା ପାଖରେ ୪ଲକ୍ଷ ଟଙ୍କା ଅଛି ।