ଫନି ପ୍ରଭାବିତଙ୍କୁ ମିଳିବ ଘର : ୧୪ ଜିଲ୍ଲାର ୧୨ ଲକ୍ଷ ୭୫ ହଜାର ପରିବାର ଚିହ୍ନଟ, କେନ୍ଦ୍ରକୁ ହିତାଧିକାରୀଙ୍କ ତାଲିକା ପଠାଇଲା ରାଜ୍ୟ

466

କନକ ବ୍ୟୁରୋ : ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୨ ଲକ୍ଷ ୭୫ ହଜାର କ୍ଷତିଗ୍ରସ୍ତ ପରିବାରକୁ ବାସଗୃହ ଯୋଗାଇ ଦିଆଯିବ । ହିତାଧିକାରୀ ଚୟନ କରି କେନ୍ଦ୍ର ସରକାରଙ୍କୁ ତାଲିକା ପଠାଇଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ହିତାଧିକାରୀଙ୍କୁ ଘର ତିଆରି କରିବା ପାଇଁ ଅର୍ଥ ପ୍ରଦାନ କରାଯିବ । ପଂଚାୟତି ରାଜମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏଭଳି ନିଷ୍ପତି ହୋଇଛି । ଏହି ୨୪ଟି ଜିଲ୍ଲାର ସମସ୍ତ ବିବରଣୀ କେନ୍ଦ୍ର ସରକାରଙ୍କ ଆପ୍ରେ ଅପଲୋଡ୍ କରାଯିବା ସହିତ ପ୍ରସ୍ତାବଟି କେନ୍ଦ୍ର ସରକାରଙ୍କୁ ଦିଆଯାଇଛି ।

ତେବେ ଅବଶିଷ୍ଟ ୧୬ଟି ଜିଲ୍ଲାର ୧୦ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିବା ବେଳେ ଏହାର ଫଟୋ କେନ୍ଦ୍ର ସରକାରଙ୍କୁ ପଠାଯାଇପାରୁନାହିଁ । କାରଣ କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତୁତ କରିଥିବା ଆପ୍କୁ ବର୍ତମାନ ସୁଦ୍ଧା ବ୍ଲକ କରି ରଖିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏପଟେ ବିଜୁ ପକ୍କାଘର ଯୋଜନାରେ ଚଳିତବର୍ଷ ବର୍ତମାନ ସୁଦ୍ଧା ୭୫ ହଜାର ଘର ନିର୍ମାଣ କାମ ଶେଷ ହୋଇଥିବା ଏହି ବୈଠକରେ ସୂଚନା ଦିଆଯାଇଛି । ଏହି ଯୋଜନାରେ ୮ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।