ଆଲୋକର ପର୍ବରେ ଅଘଟଣ : ବାଣଫୁଟା ବେଳେ ବାଲିପାଟଣାରେ ଜଳିଗଲା ଘର

31

ବାଲିପାଟଣା : ବାଣଫୁଟା ବେଳେ ଅଗ୍ନିକାଣ୍ଡ । ବାଲିପାଟଣାରେ ୬ ବଖରା ଘର ପୋଡିଯାଇଛି । ସ୍ଥାନୀୟ ରାଜେନ୍ଦ୍ର ମହାନ୍ତିଙ୍କ ଚାଳ ଘରେ ବାଣ ନିଆଁ ପଡି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ବଖରା ଘର ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ପଡୋଶୀଙ୍କ ୩ ବଖରା ଘର ମଧ୍ୟ ପୋଡି ଯାଇଛି । ଏହି ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ପୋଡିଯାଇଥିବା ସହ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଛି । ୨ଟି ଦମକଳ ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି ।