ଚାଲି ପାରିଲାନି ବିଧାନସଭାର ପ୍ରଶ୍ନକାଳ । ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା୩୦ ଯାଏଁ ଗୃହ ମୁଲତବୀ ।

222

କନକ ବ୍ୟୁରୋ : ବିଧାନସଭାରେ ଆଜି ପ୍ରଶ୍ନକାଳ ଚାଲିପାରିନାହିଁ । ବିରୋଧୀ ବିଜେପି ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ।

ସେମାନଙ୍କ ଅଭିଯୋଗ ଥିଲା ଲଟେରୀ ମାଧ୍ୟମରେ ପ୍ରଶ୍ନ ଚୟନ କରାଯାଉନି । ବିଜେପି ସଭ୍ୟଙ୍କ ପ୍ରଶ୍ନ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ସ୍ଥାନିତ ହେଉନି । ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।