ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ବିଧାନସଭାରେ ହୋହାଲ୍ଲା । କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । ସେପଟେ ହକି ପାଇଁ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ

27

କନକ ବ୍ୟୁରୋ : ଆଜିଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହୋଉଛି ବିଶ୍ୱ ହକି ଲିଗ୍ । ଏହାର ଉଦଘାଟନରେ ଉତ୍ସବରେ ଯୋଗ ଦେବା ପାଇଁ ବିଧାନସଭା ସଭ୍ୟଙ୍କ ଦାବି ପରେ ଗୃହକୁ ମୁଲତବି ଘୋଷଣା କରାଯାଇଛି । ସୋମବାର ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ଆଜି ବିଧାନସଭାରେ ଉଠିଥିଲା ମହିଳା ହିଂସା ପ୍ରସଙ୍ଗ ।

ଶୂନ୍ୟକାଳରେ ଏହାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଠାଇଥିଲେ । ସେ ରାଜକନିକାରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପ୍ରସଙ୍ଗ ଉଠାଇଥିବା ବେଳେ ଏଥିପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ।