ଆରମ୍ଭରୁ ହଟ୍ଟଗୋଳ: ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ କଂଗ୍ରେସର ହୋହଲ୍ଲା, ବାଚସ୍ପତିଙ୍କ ପୋଡିୟମ ଆଗରେ କଂଗ୍ରେସ ବିଧାୟକଙ୍କ ନାରାବାଜୀ

ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

183

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିବାଦୀୟ ବୟାନଙ୍କୁ ନେଇ ଝଡ । ଫଳରେ ଆଜି  ବିଧାନସଭାର ପ୍ରଶ୍ନକାଳ ଚାଲିପାରିନାହିଁ ।  ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ  କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ଚାଲିପାରିନଥିଲା ।

ଗତକାଲି ବିଧାନସଭାରେ ତିନି ତଲାକ୍ ବିଲ୍କୁ କଂଗ୍ରେସ ବିରୋଧ କରିଥିଲା । ଏହାକୁ ଗୃହରେ ଜବାବ ରଖୁଥିଲେ ବିଷ୍ଣୁ ସେଠୀ । ସେହି ସମୟରେ କହିଥିଲେ, ମୁସଲିମ୍ ପରିବାରରେ ଛାଡପତ୍ର ଯୋଗୁଁ ସ୍ତ୍ରୀ ଲୋକମାନେ ରେଡ୍ ଲାଇଟ୍ ଏରିଆରେ ବେଶ୍ୟାବୃତି କରୁଛନ୍ତି । ଏହି ବୟାନକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଥିଲା । କଂଗ୍ରେସ ଏହାକୁ ଜୋରଦାର ବିରୋଧ କରି କ୍ଷମାପ୍ରାର୍ଥନା ଦାବି କରିଥିଲା ଏବଂ କଂଗ୍ରେସ ସଦସ୍ୟଙ୍କ ସହ ସ୍ୱର ମିଳାଇଥିଲେ ବିଜେଡି ବିଧାୟକ ।