ଆଜି ଶ୍ରାବଣର ଶେଷ ସୋମବାର: ପାଣି ଢାଳିବାକୁ ଶିବାଳୟରେ ମାନସିକଧାରୀ କାଉଡିଆଙ୍କ ଲମ୍ବା ଧାଡି, ‘ଭୋଲା ବାବା ପାର କରେଗା’ କହି ଆଗେଇ ଚାଲିଛନ୍ତି କାଉଡିଆ

32

କନକ ବ୍ୟୁରୋ: ଆଜି ଶ୍ରାବଣର ଶେଷ ସୋମବାର । ପାଣି ଢାଳିବାକୁ ଶିବାଳୟରେ ମାନସିକଧାରୀ କାଉଡିଆଙ୍କ ଭିଡ ଜମିଛି । ‘ଭୋଲା ବାବା ପାର କରେଗା’ କହି ଆଗେଇ ଚାଲିଛନ୍ତି କାଉଡିଆ । ଏଥିପାଇଁ ଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ଶିବାଳୟରେ ବ୍ୟାପକ ବ୍ୟବସ୍ଥା ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରୁ କାଉଡିଆମାନେ ନିତିନିୟମ ମୁତାବକ ଉପବାସ କରି ପାଣି ଧରି ଆସିଛନ୍ତି । ବିଶ୍ୱାଶ ରହିଛି ଶ୍ରାବଣମାସ ସୋମବାରରେ ମାନସିକ ରଖି ଶିବଲିଙ୍ଗରେ ପାଣି ଢାଳିଲେ ମନସ୍କାମନା ପୂରଣ ହୋଇଥାଏ । ଖାସ ଏଥିପାଇଁ କାଉଡିଆମାନଙ୍କ ଭିଡ ପରିଲକ୍ଷିତ ହୋଇଛି । ଲୋକନାଥ, କପିଳାସ, ଆଖଣ୍ଡଳମଣୀ ଓ ଧବଳେଶ୍ୱରରେ ପ୍ରବଳ ଭିଡ ଜମିଛି ।