ପୁରୀରେ ସିଲ ହେବ ୨୦ରୁ ଅଧିକ ହୋଟେଲ : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦ଟି ହୋଟେଲକୁ କ୍ଲୋଜର ନୋଟିସ ଜାରି

17

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ଆଜି ପୁରୀରେ ସିଲ ହେବ ୨୦ରୁ ଅଧିକ ହୋଟେଲ । ଜଳ ଓ ବାୟୁ ପ୍ରଦୂଷଣ ନିୟମ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦ଟି ହୋଟେଲକୁ କ୍ଲୋଜର ନୋଟିସ ଜାରି ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ହୋଟେଲ ସିଲ ନେଇ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ଏହି ହୋଟେଲ ଗୁଡିକ ଖୋଲାଯାଇଛି । ଅଧିକାଂଶ ହୋଟେଲର ବର୍ଜ୍ୟଜଳ ବିଶୋଧନ ପ୍ରକଳ୍ପ ବି ନଥିବାରୁ ହୋଟେଲ ଗୁଡିକ ସିଜ ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି ।