ଶରୀର ପାଇଁ ଉଷୁମ ପାଣି ଚିକିତ୍ସା !

59

ଦୈନନ୍ଦିନ ଜୀବନରେ ତ୍ୱଚାକୁ ସୁନ୍ଦର ରଖିବା ପାଇଁ ସମସ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଯେଉଁଥି ପାଇଁ ଅନେକ ବିୟୁଟି ପାର୍ଲର ଯିବାଠୁ ଆରମ୍ଭ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛନ୍ତି । ହେଲେ ଆପଣ ଜାଣନ୍ତି କି ? ଆପଣଙ୍କ ହାତପାଆନ୍ତାରେ ଏଭଳି ଏକ ସହଜ ଉପାୟ ରହିଛି ଯାହାକି ତ୍ୱଚାର ସୌଦର୍ଯ୍ୟ ବୃଦ୍ଧି ଲାଗି ବରଦାନ ସଦୃଶ । ତାହା ହେଉଛି ଉଷୁମ ପାଣି ।

– ତେଲ ମସଲାଯୁକ୍ତ ଏବଂ ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟ, ହରମୋନ ଅସନ୍ତୁଳନ ଭଳି କେତେକ କାରଣ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ବ୍ରଣ ସମସ୍ୟା ଦେଖାଯାଉଛି । ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣି ପିଇବେ ତେବେ ଏହି ସମସ୍ୟା ଦୂରହେବ ।

– ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଅନେକଙ୍କ ଠାରେ ଶୀଘ୍ର ବା ଅଳ୍ପ ବୟସରୁ ହିଁ ଅଧିକ ବୟସର ଛାପ ଜଣାପଡୁଛି । ଏହାକୁ ଦୂର କରିବାରେ ଦୈନିକ ୩ ଥର ଉଷୁମପାଣି ପିଇବା ବେଶ ସହାୟକ । କାରଣ ଉଷୁମ ପାଣି ସବୁଠାରୁ ଉପକାରୀ । ଏହା ରକ୍ତ ସଫା କରିବା ସହ ତ୍ୱଚାରୁ ଇସଫେକ୍ସନ ସମସ୍ୟା ଦୂରକରି ସଫା ରଖିଥାଏ ।

– ଦୈନିକ ଦୁଇରୁ ତିନି ଗ୍ଲାସ ଉଷୁମପାଣି ପିିଇବା ଦ୍ୱାରା ତ୍ୱଚାକୁ ମଇଶ୍ଚରାଇଜ କରି ରଖିଥାଏ । ଉଷୁମପାଣିରେ ଅଳ୍ପ ଲେମ୍ବୁ ରସ ମିଶାଇ ପିଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ । କେଶର ସୁରକ୍ଷା ଲାଗି ମଦ୍ଦ ଉଷୁମ ପାଣି ପିଇବା ଉକପାରୀ । ଏହା ଦ୍ୱାରା କେଶ ନରମ ଏବଂ ଚିକ୍କଣ ରହିଥାଏ । ଏହା ରୂପି ସମସ୍ୟା ଦୂରକରିବା ସହ କେଶକୁ ମଜବୁତ ରଖିବାରେ ବି ସାହାଯ୍ୟ କରିଥାଏ ।

– ଏହା ମେଦ ହ୍ରାସକରି ଆପଣଙ୍କ ଫିଗର ସୁନ୍ଦର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।