ପ୍ରତିଦିନ ଶୋଇବା ବେଳେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ । ସେ ବଡ ହେଉ ଅବା ଛୋଟ ନିତଦିନ କ୍ଷୀର ପିଇବା ଆବଶ୍ୟକ । କ୍ଷୀରରେ ଅତ୍ୟଧିକ ପରିମାଣରେ ପ୍ରୋଟିନ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ । କିନ୍ତୁ ଉସୁମ କ୍ଷୀରରେ ଯଦି ଟିକେ ହଳଦି ମିଶାଇ ପିଆଯାଏ ତେବେ ଏହା ଶରୀର ପ୍ରତି ବେସ ହିତକର ହୋଇଥାଏ । ଖାଲି କ୍ଷୀର ଠାରୁ ବି ଅଧିକ ହିତକର ହୋଇଥାଏ । ତେଣୁ ପ୍ରତିଦିନ ରାତିରେ ଶୋଇବା ବେଳେ ଉଶୁମ କ୍ଷୀରରେ ହଳଦି ମିଶାଇ ପିଇବା ଆବଶ୍ୟକ ।
ଆଗକୁ ପଢନ୍ତୁ
ହଳଦି ମିଶା କ୍ଷୀର କାହାକୁ ଭଲ ଲାଗେ ତ କାହାକୁ ଲାଗେନି। ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହାର ସ୍ୱାଦ କିପରି। ମାତ୍ର ଏହାକୁ ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ ଏଥିରେ ସନ୍ଦେହ ନାହିଁ । ରାତିରେ ଶୋଇବା ପୂର୍ବରୁ ଗରମ କ୍ଷୀରରେ ସାମାନ୍ୟ ହଳଦୀ ମିଶାଇ ପିଅନ୍ତୁ। ଯଦି ଆପଣଙ୍କର ଥଣ୍ଡା ଦେହ ତେବେ ଥଣ୍ଡା କାଟିବା ପାଇଁ ଏହା ଅବ୍ୟର୍ଥ ଔଷଧ। ଗରମ କ୍ଷୀରରେ ହଳଦୀ ମିଶାଇ ପିଇଲେ କଫ ମଧ୍ୟ ହୋଇନଥାଏ। ଶ୍ୱାସ ରୋଗୀମାନେ ଏହାକୁ ଦୈନିକ ପିଇବା ଉଚିତ। ଅନେକ ସମୟରେ ଦିନରେ କରିଥିବା ଶାରୀରିକ ପରିଶ୍ରମ ହେତୁ ଦେହହାତ ଘୋଳାବିନ୍ଧା ହୋଇଥାଏ। ସେହି ଘୋଳାବିନ୍ଧା କାଠିବା ପାଇଁ ରାତିରେ ଗରମ କ୍ଷୀରରେ ଟିକେ ହଳଦୀ ମିଶାଇ ପିଅନ୍ତୁ। ଗରମ କ୍ଷୀର ଓ ହଳଦୀ ପିଇବା ଦ୍ୱାରା ତ୍ୱଚାର ରଂଗ ବି ଉଜ୍ୱଳ ହୋଇଥାଏ। ଚର୍ମ ଚିକ୍କଣ ହେବା ସହ ମୁଖର ଔଜଲ୍ୟ ଦ୍ୱିଗୁଣିତ ହୋଇଥାଏ।
Comments are closed.