କେନ୍ଦୁଝର : ଚେଙ୍କ ନେଲା ଶିଶୁର ଜୀବନ, ପେଟ ରୋଗ ଭଲ ନ ହେବାରୁ ଦେଢ ବର୍ଷର ଶିଶୁକୁ ପରିବାର ଲୋକେ ଚେଙ୍କ ଦେଇଥିବା ଅଭିଯୋଗ

27

କନକ ବ୍ୟୁରୋ : ଚେଙ୍କ ନେଲା ଶିଶୁର ଜୀବନ । କେନ୍ଦୁଝର କଣ୍ଡାପଡା ବିନିଦା ଗାଁରେ ଘଟିଛି ଏହି ଘଟଣା । ପେଟ ରୋଗ ଭଲ ନ ହେବାରୁ ଦେଢ ବର୍ଷର ଶିଶୁକୁ ପରିବାର ଲୋକେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଶିଶୁଟି ଅଧିକ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ରାସ୍ତାରେ ହିଁ ଶିଶୁଟିର ମୃତ୍ୟୁ ହୋଇଛି । ପଣ୍ଡାପଡା ଥାନା ବିନିଦା ଗାଁର ବିରଞ୍ଜି ନାଏକଙ୍କ ଦେଢ ବର୍ଷର ଶିଶୁ ପୁତ୍ର ସନ୍ତୋଷ ନାଏକର ପେଟ ବ୍ୟଥା ହେବାରୁ ପରିବାର ଲୋକେ ଶିଶୁର ପେଟରେ ଏକାଧିକ ଚେଙ୍କ ଦେଇଥିଲେ ।

ଚେଙ୍କ ଦେବା ପରେ ଶିଶୁଟିର ସ୍ୱାସ୍ଥ ଅବସ୍ଥା ଅଧିକ ଗୁରୁତର ହେବାକୁ ଲାଗିଲା । ଶେଷରେ ଗତକାଲି ଅପରାହ୍ନରେ ପରିବାର ଲୋକେ ଶିଶୁ ପୁତ୍ରଟିକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଶିଶୁ ଟି ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ରେ ପହଂଚିବା ବେଳକୁ ଆଖି ବୁଜି ସାରିଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ଚେଙ୍କ ଦିଆଯିବା ଯୋଗୁୁଁ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ସେପଟେ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ତଦନ୍ତ ଆରମ୍ଭ କରିଛି ।