ୱାର୍ଡ ବୟର ନୃଶଂସତା ! କାନ୍ଦ ଯୋଗୁଁ ଶୋଇ ନପାରିବାରୁ ଭାଙ୍ଗିଲା ନବଜାତକର ଗୋଡ

26

କ୍ୟାମେରାରେ କଏଦ୍ ହୋଇଛି ଏକ ହସ୍ପିଟାଲ୍ ୱାର୍ଡ ବୟର ନୃଶଂସତା । ଏକ ନବଜାତକର କାନ୍ଦ ଯୋଗୁଁ ଶୋଇନପାରିବାରୁ ୱାର୍ଡ ବୟ ଜଣକ ଶିଶୁଟିର ଗୋଡ ଭାଙ୍ଗି ଦେଇଛି । ଏହି ଅଭାବନୀୟ ଘଟଣାଟି ଘଟିଛି ଉତ୍ତରାଖଣ୍ଡରେ ।

ଅଭିଯୋଗ ଅନୁଯାୟୀ, ୨୫ କାନୁଆରୀରେ ଜନ୍ମ ହୋଇଥିବା ଶିଶୁଟିକୁ ଚିକିତ୍ସା ପାଇଁ ଉତ୍ତରାଖଣ୍ଡ ରୁଡକିର ଏକ ପ୍ରାଇଭେଟ୍ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଅଭିଯୁକ୍ତ ଜଣକ ଆରାମ କରିବା ସମୟରେ ଶିଶୁଟି କାନ୍ଦି ଉଠିଥିଲା । ପ୍ରଥମ ଥର କୌଣସି ପ୍ରକାରେ ୱାର୍ଡବୟ ଶିଶୁକୁ ଶୁଆଇ ଦେଇଥିଲା । କିନ୍ତୁ କିଛି ସମୟ ପରେ ଶିଶୁଟି ପୁଣି କାନ୍ଦି ଉଠିଥିଲା ।

ବାରମ୍ବାର ନିଦ ଭାଙ୍ଗିବାରୁ ରାଗରେ ୱାର୍ଡବୟ ଶିଶୁର ଗୋଡ ମୋଡି ଦେଇଥିଲା, ଯାହାଦ୍ୱାରା ଶିଶୁର ଗୋଡ ଭାଙ୍ଗି ଯାଇଥିଲା । ତେବେ ଘଟଣା ପରେ ଶିଶୁର ଅବସ୍ଥା ଗୁରୁତର ହେବାରେ ଲାଗିଲା । ଶେଷରେ ଶିଶୁକୁ ଡେରାଡୁନ ମେଡିକାଲକୁ ନେଇ ଯିବାପାଇଁ ପରିବାର ଲୋକଙ୍କୁ କହିଥିଲେ ଡାକ୍ତର । ଆଉ ଢେରାଡୁନ ମେଡିକାଲରେ ଶିଶୁର ଗୋଡ ଭାଙ୍ଗିଛି ବୋଲି ଜଣାପଡିଥିଲା । ତେବେ ଏସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଥିଲା ଯାହା ଅଭିଯୁକ୍ତ ଜଣକ ଜାଣିପାରିନଥିଲା ।

ସନ୍ଦେହ କରି ଶିଶୁଟିର ବାପା ଏନେଇ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ମାମଲାର ଯାଞ୍ଚ କରି ସିସିଟିଭି ଫୁଟେଜରୁ ଦେଖି ଅସଲ କଥା ଜାଣି ପାରିଥିଲା । ଉକ୍ତ ଭିଡିଓ ଫୁଟେଜରେ ୱାର୍ଡବୟ ଶିଶୁର ଗୋଡ ମୋଡୁଥିବାର ଦେଖା ଯାଇଥିଲ । ପୋଲିସ ଅଭିଯୁକ୍ତ ୱାର୍ଡବୟ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି ।

ଦେଖନ୍ତୁ ୱାର୍ଡ ବୟର ନୃଶଂସତାକୁ ବୟାନ କରୁଥିବା ଭିଡିଓ :