ତନୁଶ୍ରୀ-ନାନା ବିବାଦରେ ନୂଆ ମୋଡ : ଅଭିନେତ୍ରୀଙ୍କୁ ନେଇ ଓକେ ହର୍ଣ୍ଣ ପ୍ଲିଜର ନିର୍ଦ୍ଦେଶକଙ୍କ ଆପତିଜନକ ମନ୍ତବ୍ୟ,ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ଷ୍ଟିଙ୍ଗରେ ଖୁଲାସା

26

ଅଭିନେତା ନାନ ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ବଲିଉଡରେ ଝଡ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତା । ତନୁଶ୍ରୀ କହିଥିଲେ ଯେ, ଫିଲ୍ମ ହର୍ଣ୍ଣ ଓକେ ପ୍ଲିଜର ସୁଟିଂବେଳେ ନାନା ପାଟେକର ତାଙ୍କୁ ଅସଦାଚରଣ କରିଥିଲେ । ସେତେବେଳେ ତାଙ୍କୁ ଉତ୍ସାହିତ କରିଥିଲେ ଫିଲ୍ମର ନିର୍ଦ୍ଦେଶକ ରାକେଶ ସାରଙ୍ଗ । ନାନାଙ୍କ ଚାପରେ ଫିଲ୍ମରେ ଏକ ଇଂଟିମେଟ ନାଚ ରଖିବାକୁ ପ୍ରସ୍ତୁତ ହୋଇଯାଇଥିଲେ ।

ହେଲେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ ରାକେଶ ସାରଙ୍ଗ । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ଏକ ଷ୍ଟିଙ୍ଗ ଭିଡିଓରେ ରାକେଶ କେବଳ ଅଭିଯୋଗକୁ ଖଣ୍ଡନ କରିନାହାନ୍ତି ବରଂ ତନୁଶ୍ରୀଙ୍କ ସଂପର୍କରେ ଅତି ଅଶାଳୀନ ଓ ଆପତିଜନକ ମନ୍ତବ୍ୟ ରଖୁଥିବା ଦେଖିବାକୁ ମିଳିଛି । ତନୁଶ୍ରୀଙ୍କ ନାଁ ନନେଇ ରାକେଶ କହିଛନ୍ତି ଯେ, ସେ କେବଳ ବିଗବସରେ ଏଂଟ୍ରି ପାଇଁ ଶସ୍ତା ଲୋକପ୍ରିୟତା ଉଦ୍ଦେଶ୍ୟରେ ଏଭଳି କରିଛନ୍ତି । ଦେଖିନିଅନ୍ତୁ ଷ୍ଟିଙ୍ଗ ଭିଡିଓରେ ଆଉ କଣସବୁ କହୁଛନ୍ତି ହର୍ଣ୍ଣ ଓକେ ପ୍ଲିଜର ନିର୍ଦ୍ଦେଶକ ରାକେଶ ସାରଙ୍ଗ ।