ଛତିଶଗଡରେ ବିଜେପି ଶାସନ ଗାଦିରୁ ହଟିବା ପରେ ବଢିଲା ମହାନଦୀ ଆଶା : ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଜନତା ଓ ଓଡ଼ିଶା ଜନତାଙ୍କୁ ଏକାଠି ବସାଇ ଆଲୋଚନା କରିବେ ରାହୁଲ

290

କନକ ବ୍ୟୁରୋ : ଛତିଶଗଡରେ ବିଜେପି ଶାସନ ଗାଦିରୁ ହଟିବା ପରେ ବଢିଲା ମହାନଦୀ ଆଶା । ମହାନାଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଜନତା ଓ ଓଡ଼ିଶା ଜନତାକୁ ଏକାଠି ବସାଇ ବିଚାର କରିବେ କଂଗ୍ରେସ ହାଇକମାଣ୍ଡ ରାହୁଲା ଗାନ୍ଧୀ । ଆଜି ସମ୍ବଲପୁରରେ ଏମିତି କହିଛନ୍ତି ଜାତୀୟ କଂଗ୍ରେସ ସମ୍ପାଦକ ମସ୍ତାନା ଅଲ୍ଲି ଖାନ୍ । ଛତିଶଗଡ଼ ବେଆଇନ୍ ଭାବେ ବ୍ୟାରେଜ୍ କରିବା ଯୋଗୁଁ ହୀରାକୁଦରେ ଜଳସ୍ଥର କମିଥିଲା । ଯାହାକୁ ନେଇ ଛତିଶଗଡ଼ର ବିଜେପି ସରକାର ସହିିତ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । ଟ୍ରିବ୍ୟୁନାଲ ଗଠନ ଦାବି ସହ କୋର୍ଟ କଚେରିରେ ମାମଲା ପହଂଚିବା ପରେ ରାଜ୍ୟ ବିଜେପିକୁ ଘେରିଥିଲା ଶାସକ ଦଳ ।

ଏବେ ଛତିଶଗଡ଼ର ସରକାର ପରିବର୍ତ୍ତନ ହୋଇଥିବା ବେଳେ କଂଗ୍ରେସ ସରକାରରେ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି । ଆଉ ଏତିକି ବେଳେ ମହାନଦୀ ପ୍ରସଙ୍ଗରେ ଜାତୀୟ କଂଗ୍ରେସ ସମ୍ପାଦକ ମସ୍ତାନା ଅଲ୍ଲି ଖାନ କହିଛନ୍ତି, ଛତିଶଗଡ଼ ଜନତା ଓ ଓଡ଼ିଶା ଜନତାକୁ ଏକାଠି ବସାଇ ଏନେଇ ବିଚାର କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏବଂ ମହାନଦୀ ପ୍ରସଙ୍ଗରେ ଓଡ଼ିଶା ଜନତା କିପରି ଲାଭ ପାଇବେ ସେଥିପ୍ରତି ଧ୍ୟାନ ଦେବେ ରାହୁଲ । ଏପଟେ ବିଜେଡିର ସମ୍ବଲପୁର ବିଧାୟିକା ଛତିଶଗଡ଼ର ନୂଆ ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି ଏବେ ବି ଓଡ଼ିଶା ସରକାରଙ୍କର ସେହି ପୁରୁଣା ଦାବି ରହିବ ।