ମାତ୍ର ୪୦୦ ଟଙ୍କାରେ ବୁଲିପାରିବେ ଗୋଆ ! ପର୍ଯ୍ୟଟକଙ୍କ ପାଇଁ IRCTC ଆଣିଲା ନୂଆ ପ୍ଲାନ

581

ଆଗକୁ ଆସୁଛି ନୂଆ ବର୍ଷ । ଏହାକୁ ସେଲିବ୍ରେସନ କରିବାକୁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବିଦେଶ ଟୁର ଠାରୁୁ ଆରମ୍ଭ କରି ବଣଭୋଜି । ଲୋକଙ୍କ ମଧ୍ୟରେ ନୂଆବର୍ଷ ପାଳନ ପାଇଁ ଏବେଠୁ ଦେଖିବାକୁ ମିଳିଲାଣି କ୍ରେଜ । ଏଭଳି ସମୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଲୋକଙ୍କ ପାଇଁ ମନଲୋଭା ପ୍ୟାକେଜର ମଧ୍ୟ ଘୋଷଣା କରାଯାଉଛି । କିନ୍ତୁ ନୂଆବର୍ଷରେ ସେଲିବ୍ରେସନ ପାଇଁ ଗୋଆ ଠାରୁ ଭଲ ସ୍ଥାନ କଣ ବା ହୋଇପାରେ । କିନ୍ତୁ ବଜେଟକୁ ଦୃଷ୍ଟିରେ ରଖି ଅନେକ ଲୋକ ଗୋଆ ଯିବାକୁ ଚାହୁଁଥିଲେ ମଧ୍ୟ ଯାଇପାରୁନାହାନ୍ତି । କିନ୍ତୁ ବଜେଟକୁ ନେଇ ଏବେ ଆଦୌ ଚିନ୍ତା କରିବାର ନାହିଁ । କାରଣ ଆଇଆରସିଟିସି ପକ୍ଷରୁ ଏଭଳି ଏକ ଅଫର ଘୋଷଣା କରାଯାଇଛି ଯେଉଁଥିରେ ମାତ୍ର ୪୦୦ ଟଙ୍କାରେ ପର୍ଯ୍ୟଟକ ଗୋଆ ବୁଲିପାରିବେ ।

ଆଇଆରସିଟିସି ପକ୍ଷରୁ ହପ୍ ଅନ ହପ୍ ଅଫ୍ ଗୋଆ ବାଏ ବସ୍ ପ୍ୟାକେଜର ଘୋଷଣା କରାଯାଇଛି । ଏହି ପ୍ୟାକେଜ ଅନୁଯାୟୀ ପର୍ଯ୍ୟଟକ ଉତ୍ତର ଓ ଦକ୍ଷିଣ ଗୋଆ ବୁଲିବାର ଫାଇଦା ଉଠାଇପାରିବେ । ଗୋଟିଏ ଦିନର ଏହି ପ୍ୟାକେଜରେ ପର୍ଯ୍ୟଟକ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୋଆର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ସହ ଏହାର ସୌନ୍ଦର୍ଯ୍ୟର ମଜା ନେଇପାରିବେ । ଏହି ପ୍ୟାକେଜରେ ୩ଟି ବିକଳ୍ପ ରହିଛି । ଉତ୍ତର ଗୋଆ ଓ ଦକ୍ଷିଣ ଗୋଆ ବୁଲିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ଥିବା ବେଳେ ଉଭୟ ଉତ୍ତର-ଦକ୍ଷିଣ ଗୋଆ ଟୁର ପାଇଁ ୬୦୦ ଟଙ୍କାର ପ୍ୟାକେଜ ରହିଛି ।

ଏହି ଟୁର ପ୍ୟାକେଜରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଯେପରିକି ସାଉଥ ସେଣ୍ଟ୍ରାଲ ଗୋଆ, ଗୋଆ ସାଇନ୍ସ ମ୍ୟୁଜିୟମ, ମୀରାମର ବିଚ୍, କଳା ଏକାଡେମୀ, ଭଗବାନ ମହାବୀର ବଗିଚା, ପମଜୀ ବଜାର, କେସିନୋ ପଏଣ୍ଟ ରେ ବୁଲିବା ସହ ମଜା ନେଇପାରିବେ ପର୍ଯ୍ୟଟକ । ସେହିଭଳି ସାଉଥ ଗୋଆ ଟୁର୍ ପ୍ୟାକେଜରେ ଅଗୋଡା ଦୁର୍ଗ, କଣ୍ଡୋଲିମ ବିଚ୍, ସେଣ୍ଟ ଏଣ୍ଟନି ଚେପଲ, ସେଣ୍ଟ ଏଲେକ୍ସ ଚର୍ଚ୍ଚ, ବାଗା ବିଚ୍, ଅଞ୍ଜନା ବିଚ୍, ବାଗତୋର ବିଚ୍, ଚୋପାରା ଦୁର୍ଗ ବୁଲିପାରିବେ । ଆଇଆରସିଟିସି ୱେବସାଇଯକୁ ଯାଇ ଏହି ପ୍ୟାକେଜର ବୁକିଂ କରିପାରିବେ ପର୍ଯ୍ୟଟକ ।