ମୁଁ କାହିଁକି ମରିବାକୁ ଚାହେଁ ! ଶୁଣନ୍ତୁ ଜଣେ ଝିଅର ମୃତ୍ୟୁକାଳୀନ ଜମାନବନ୍ଦୀ

35

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅନେକ ଭିଡିଓ ଆମେ ଦେଖିଛୁ । କିନ୍ତୁ ଏହା ଏମିତି ଏକ ଭିଡିଓ ଯାହା ଆପଣଙ୍କୁ ନିଶ୍ଚୟ ବିଚଳିତ କରିବ । ପରିବାରର ସମ୍ମାନ ପାଇଁ ଶେଷରେ ତାଙ୍କୁ ବଳି ଦିଆଯାଇଛି । ଆଉ ମୃତ୍ୟୁ ପୂବରୁ ନିଜର କରୁଣ କାହାଣୀକୁ ସେ ମୋବାଇଲରେ ରେକର୍ଡ କରିଛନ୍ତି ।ପୀଡିତାଙ୍କ ପରିବାର ମୁମ୍ବାଇରେ ରୁହନ୍ତି । ତେବେ ଘଟଣା ଦିନ ତାଙ୍କୁ ଉତ୍ତରପ୍ରଦେଶରେ ଥିବା ନିଜ ଗାଁକୁ ନେଇ ଯାଇଥିଲେ ମାରିବା ପାଇଁ । ନିଜ ଇଚ୍ଛାରେ ବିବାହ କରିବାକୁ ଚାହୁଁଥିବାରୁ ଝିଅଟିକୁ ଏଭଳି ପଦକ୍ଷେପ ନେଇଛନ୍ତି ତାଙ୍କ ପରିବାର ଲୋକେ।

ନିଜ ଇଚ୍ଛାରେ ବିବାହ କରିବାକୁ ଚାହୁଁଥିବାରୁ ଝିଅଟିକୁ ମାରି ଦେଇଛନ୍ତି ତାଙ୍କ ପରିବାର ଲୋକେ । ଆଉ ଝିଅଟି ଏ ବିଷୟରେ ଜାଣିଥିଲେ । ତେଣୁ ସେ ରେକର୍ଡ କରି ନିଜ ମୃତ୍ୟୁ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ‘ମୋ ବାପା ଓ ଭାଇ ମୋତେ ମାରିବାକୁ ଗାଁକୁ ନେଇ ଯାଉଛନ୍ତି’ । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଦେଖନ୍ତୁ ଅସହାୟ ଝିଅର କରୁଣ କାହଣୀ ଏହି ଭିଡିଓରେ  ।