ଜଗତସିଂହପୁର କୁଜଙ୍ଗରେ ଅନର କିଲିଂ ଅଭିଯୋଗ ! ଅବୈଧ ଗର୍ଭପାତ ବେଳେ ଯୁବତୀଙ୍କ ମୃତ୍ୟୁ ସନ୍ଦେହ

45

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ଅନରକିଲିଂ ଅଭିଯୋଗ । ସ୍ଥାନୀୟ ରଘୁନାଥପୁର ଥାନା ଅନ୍ତର୍ଗତ ଧଳତଙ୍ଗଗଡ ଜଙ୍ଗଲ ନିକଟରୁ ଅଖା ଭିତରୁ ଏକ ଯୁବତୀଙ୍କୁ ମୃତ ଦେହ ଉଦ୍ଧାର ହୋଇଥିଲା । ଏପରିକି ଯୁବତୀ ଜଣଙ୍କର ହାତଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ଯୁବତୀ ଜଣକ ହେଉଛନ୍ତି କୁଜଙ୍ଗ ଅଂଚଳର ଅନୋଲି ପାଟଣା ଅଜୟ ସୁତାରଙ୍କ ଝିଅ ସିକୁ ସୁତାର ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଏହା ଏର ପ୍ରେମଜନିତ କାରଣରୁ ମୃତ୍ୟୁ ଘଟିଥିବା ପୋଲିସ କହିଛି ।

ସେପଟେ ଏହି ଯୁବତୀଙ୍କ ମୃତ୍ୟୁ ପଛରେ ଅବୈଧ ଗର୍ଭପାତ କାରଣ ବୋଲି କୁହାଯାଉଛି । ଜଗତସିଂହପୁର ମମତା କ୍ଲିନିକରେ ଗର୍ଭନଷ୍ଟ କରିବା ପାଇଁ ପରିବାର ଲୋକ ଆଣିଥିବା ବେଳେ ସିକୁ ସୁତାରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଦେହକୁ ଧଳତଗଡ ଜଙ୍ଗଳରେ ଫୋପାଡିବା ପାଇଁ ଡାକ୍ତର ହିଁ ଯୋଜନା କରିଥିଲେ । ଏହି ଘଟଣାରେ ମୃତ ଯୁବତୀଙ୍କ ବାପା ଅଜୟ ସୁତାର ଓ ଡାକ୍ତର ହାରାମଣୀ ମହାରଣା ସମେତ ୪ ଜଣ ନର୍ସିଂ ହୋମର କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପୂର୍ବରୁ ପ୍ରାୟ ବର୍ଷେ ତଳେ ମଧ୍ୟ ଏହି ଅଚଂଳରେ ଜଣେ ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ ଏକ ବାକ୍ସ ଭିତରୁ ଉଦ୍ଧାର ହୋଇଥିଲା ।