ପାକିସ୍ତାନୀ ଚକ୍ରାନ୍ତର ହେଲା ପର୍ଦ୍ଦାଫାସ୍: ଆଇଏସଆଇ ମହିଳା ଏଜେଂଟଙ୍କ ହନିଟ୍ରାପରେ ଫଶିଛନ୍ତି ୫୦ଜଣ ଯବାନ, ଯୁଦ୍ଧାଭ୍ୟାସ ସମ୍ପର୍କରେ ଲିକ୍ କରୁଥିଲେ ତଥ୍ୟ

191

କନକ ବ୍ୟୁରୋ: ପାକିସ୍ତାନ ହନିଟ୍ରାପ୍ ଚକ୍ରାନ୍ତର ପର୍ଦ୍ଦାଫାସ୍ ହୋଇଛି । ଆଇଏସଆଇର ଜଣେ ମହିଳା ଏଜେଂଟ କିଭଳି ଭାରତୀୟ ସେନାର ୫୦ରୁ ଅଧିକ ଯବାନଙ୍କୁ ହନିଟ୍ରାପର ଶିକାର କରିଛନ୍ତି ତାହାର ପର୍ଦ୍ଦାଫାସ୍ ହୋଇଛି । ଭାରତୀୟ ସେନାର ସାମରିକ ଗୁଇନ୍ଦା ବିଭାଗ ଏବଂ ରାଜସ୍ଥାନ ପୁଲିସର ଆତଙ୍କବାଦ ନିରୋଧ ସ୍କାଡ ମିଳିତ ଭାବେ ଆଇଏସଆଇର ଏକ ଗୁପ୍ତଚର ନେଟୱାର୍କର ପର୍ଦାଫାଶ୍ କରିଛନ୍ତି ।

ପ୍ରଥମେ ସେମାନେ ପାକିସ୍ତାନୀ ହନିଟ୍ରାପରେ ଫଶିଥିବା ଅଭିଯୋଗରେ ଜଣେ ଯବାନଙ୍କୁ ଗିରଫ କରିଥିଲେ । କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏହି ମାମଲାର ଯାଂଚ କରିବା ସମୟରେ ଏହି ନେଟୱାର୍କରେ ଆହୁରି ୫୦ଜଣ ଯବାନ ସାମିଲ ଥିବା ଜଣାପଡିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ସମସ୍ତ ଯବାନ ଆଇଏସଆଇର ହନିଟ୍ରାପରେ ଫସିଛନ୍ତି । ଆଇଏସଆଇର ଜଣେ ମହିଳା ଏଜେଂଟ ଏମାନଙ୍କୁ ଫସାଇ ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର, ଯୁଦ୍ଧାଭ୍ୟାସ ସମ୍ପର୍କରେ ତଥ୍ୟ ଲିକ୍ କରୁଥିଲେ । ଏହି ଘଟଣା ସାମନାକୁ ଆସିବା ପରେ ଭାରତୀୟ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।