୬ ଦିନିଆ ରିମାଣ୍ଡରେ ଗଲେ ହନିପ୍ରୀତ : ଡେରା ପରିସରରେ ଚାଲିଥିଲା କଣ, ସେନେଇ ହେବ ପଚରାଉଚରା

42

କନକ ବ୍ୟୁରୋ : ୬ ଦିନିଆ ପୋଲିସ ରିମାଣ୍ଡରେ ଗଲେ ହନିପ୍ରୀତ ଇନସାନ । ଡେରା ସଚ୍ଚା ସୌଦା ପ୍ରମୁଖ ବାବା ରାମରହିମଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ହନିପ୍ରୀତଙ୍କୁ ୧୪ ଦନିଆ ରିମାଣ୍ଡରେ ନେବାକୁ ଆବେଦନ କରଥିଲା ହରିଆଣା ପୁଲିସ୍ । ତେବେ ପଂଚaa-Cover-fme94lrqkvceulhmo80268l6c3-20171004162859.Mediକୁଲା କୋର୍ଟ ୬ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଡେରା ପରିସରରେ ଚାଲୁଥିବା ବିଭିନ୍ନ କାମ ନେଇ ଥିବା ସନ୍ଦେହ ହନିପ୍ରୀତ ହିଁ ଦୂର କରି ପାରିବେ ବୋଲି ହରିଆଣା ପୁଲିସ ଆଶା ଜାହିର କରିଛି । ସେପଟେ ହନିପ୍ରୀତ ବାବା ରାମରହିମଙ୍କର ଅତି ଘନିଷ୍ଠ ହୋଇଥିବାରୁ ଆଗକୁ ଆଶ୍ରମର ଅନେକ ଗୁମର ଫିଟିବାର କୁହାଯାଉଛି ।

lookout-honeypreet-issued-against-gurmeet-adopted-daughter_39286b42-a8d7-11e7-92d8-206e76e802d4କେଉଁଠି ଥିଲେ ହନିପ୍ରୀତ ? ୩୮ଦିନ ଯାଏଁ କେଉଁଠି ଲୁଚିଥିଲେ ବାବାଙ୍କ ପାଳିତା ଝିଅ । ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ଗିରଫ ହେବା ପରେ ହରିୟାଣା ପୁଲିସ ପାଇଁ ସବୁଠୁ ବଡ଼ ଚାଲେଂଜ୍ ପାଲଟିଛି ତାଙ୍କ ଲୁଚିଥିବା ଠିକଣା ପାଇବା । ରାମରହିମ୍ ଜେଲ ଯିବାର ୩୮ ଦିନ ପର୍ଯ୍ୟନ୍ତ ପୁଲିସ ଆଖିରେ ଧୂଳି ଦେଇ ଲୁଚିବା କିପରି ହେଲା ସମ୍ଭବ ? ଏବେ ଉତ୍ତର ଖୋଜିବା ଆରମ୍ଭ କରିଛି ପୁଲିସ ।

ହନିପ୍ରୀତ ସିଂ ଇନସାନ୍ । ରାମରହିମଙ୍କର ସବୁଠାରୁ ଖାସ୍ । ସବୁବେଳେ ବାବାଙ୍କ ସହ ଛାଇ ପରି ଲାଗି ରହୁଥିଲେ ହନିପ୍ରୀତ । ବଳାତ୍କାର ଅଭିଯୋଗରେ ରାମରହିମ ଜେଲ୍ ଯିବା ପରେ, ତାଙ୍କ ଯୌନ କେଳେଙ୍କାରୀରେ ହନିପ୍ରୀତଙ୍କ ହାତ ଥିବା ପୋଲିସ ଅନୁମାନ କରୁଥିଲା । ଏ ନେଇ ମଧ୍ୟ ପୋଲିସ ହନିପ୍ରୀତଙ୍କୁ ଜେରା କରିବ । ସେପଟେ ରାମରହିମଙ୍କ ସହ ତାଙ୍କର ପବିତ୍ର ବାପ-ଝିଅ ସମ୍ପର୍କ ଥିବା ହନିପ୍ରୀତ କହିବା ପରେ, ତାଙ୍କର ପୂର୍ବ ସ୍ୱାମୀ ବିଶ୍ୱାସ ଗୁପ୍ତା କହିଛନ୍ତି ଅଭିନୟ କରୁଛନ୍ତି ହନିପ୍ରୀତ ।