କନକ ବ୍ୟୁରୋ : ଆଜି ପଂଚକୁଲା କୋର୍ଟରେ ହାଜର ହେବେ ହନିପ୍ରୀତ । ପଂଜାବର ଜିରକପୁର-ପାଟିଆଲା ରୋଡ ମଝିରେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତକୁ ଗିରଫ କରିଛି ହରିୟାଣା ପୁଲିସ । ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ଓ ଦଙ୍ଗା ପାଇଁ ଷଡଯନ୍ତ୍ର ଭଳି ସଂଗୀନ ମାମାଲା ରହିଛି । ପୂର୍ବରୁ ହନିପ୍ରୀତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହା ପରେ ହନିପ୍ରୀତ, ପଂଜାବ-ହରିୟାଣା ହାଇକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି ।ଗତକାଲି ଗିରଫ ହେବା ପୂର୍ବରୁ ଏକ ଟିଭି ଚ୍ୟାନଲକୁ ସାକ୍ଷାତାକାର ଦେଇଥିଲେ । ଏହାପରେ ପୋଲିସ ନିଶ୍ଚିତ ହୋଇଯାଇଥିଲା ଯେ ହନିପ୍ରୀତ ଦିଲ୍ଲୀ କିମ୍ବା ହରିୟାଣାରେ ଲୁଚିକି ରହିଛି । ତେଣୁ ହନିପ୍ରୀତକୁ ଧରିବା ପାଇଁ ବେଶି କଷ୍ଟ ପୋଲିସକୁ କରିବାକୁ ପଡିନଥିଲା ।

4th October, 2017 | 9:32 am
You might also like
-
ହଠାତ୍ ଲିପ୍ଟ ବନ୍ଦ ହୋଇଗଲେ କଣ କରିବେ ? ଜାଣନ୍ତୁ ଏହି ସମୟରେ ନିଜକୁ କିପରି ବଂଚାଇବେ ଏବଂ ପିଲାଙ୍କୁ ଲିପ୍ଟରେ ନେବା ସମୟରେ କିଭଳି ସତର୍କ ରହିବେ
-
ଡାକ୍ତର ଯଦି ଏମିତି ହେବେ ଲୋକ ବିଶ୍ୱାସ କରିବେ କାହାକୁ ? ପଇସା ଲୋଭରେ ମା’ କୋଳ ଶୂନ୍ୟ କଲେ ଦୁଇ ପିଶାଚ ଡାକ୍ତର ।
-
ହୁସିଆର୍ ! ଏବେ ଏକ ନୂଆ ଢଙ୍ଗରେ ଚୋରି ହେଉଛି ସିଲିଣ୍ଡରରୁ ଗ୍ୟାସ୍ । ତୁରନ୍ତ ଯାଂଚ କରନ୍ତୁ ଆପଣ ଭରି ଥିବା ଗ୍ୟାସ୍ ଟାଙ୍କିରେ ରହିନାହିଁ ତ ଏଭଳି କୌଣସି ଚିହ୍ନ
-
କୋରାପୁଟର ଏକ ଜଙ୍ଗଲରୁ କମ୍ବିଂ ବେଳେ ମିଳିଲା ବିସ୍ପୋରକ ସମାଗ୍ରୀ ! ସେପଟେ, ଝାରସୁଗୁଡା ରୋଡ ଷ୍ଟେସନରେ ଧାନବାଦ ଏକ୍ସପ୍ରେସରୁ ବିସ୍ଫୋରକ ଜବତ