ଜେଲର ଚାରିକାନ୍ଥରେ ହଜିଲା ହନିଙ୍କ ନିଦ : ପ୍ରଥମ ରାତିରେ ରୁଚିଲାନି କଏଦୀ ଖାଦ୍ୟ

27

କନକ ବ୍ୟୁରୋ : ଅମ୍ବାଲା ଜେଲରେ ହନିପ୍ରୀତଙ୍କ ପ୍ରଥମ ରାତି । ହେଲେ ହନିଙ୍କ ଆଖିରୁ ହଜିଗଲା ନିଦ । ରାତିସାରା ଅନିଦ୍ରା ରହିଲେ ବାବାଙ୍କ ଲାଡଲୀ । ଜମା ନିଦ ହେଲାନି । ସାରା ରାତି ହନିଙ୍କ ପାଖ ଛାଡିଲେନି ମଶା । ନା ଥିଲା ଏସି, ନା ନରମ ସେଜ । ଫଳରେ ଜେଲ୍ ଚାରିକାନ୍ଥ ଭିତରେ ଛଟପଟ ହୋଇଗଲେ ହନିପ୍ରୀତ । ରାଜମହଲ ଭଳି ପରିବେଶରେ ରହିଥିବା ହନିଙ୍କ, ଜେଲରେ ପ୍ରଥମ ରାତି ଅନିଦ୍ରାରେ କଟିଛି ।

ଖାଲି ନିଦ ନୁହେଁ ଜେଲରେ ଅଖିଆ ଅପିଆ କଟିଛି ହନିଙ୍କ ପ୍ରଥମ ରାତି । ହନିଙ୍କ ପାଇଁ ରାତିରେ ଖାଦ୍ୟ ଆଣିଥିଲେ ଜେଲ୍ କର୍ମଚାରୀ । ହେଲେ ତାକୁ ଖାଇବାକୁ ରୋକଠୋକ୍ ମନା କରିଦେଇଥିଲେ ହନିପ୍ରୀତ୍ । ବୋଧହୁଏ ହନିଙ୍କୁ ରୁଚିନି ଜେଲର ଖାଦ୍ୟ । ଅଖିଆ ଅପିଆ ଓ ଅନିଦ୍ରା ଥିବା ହନି ଜେଲରେ ହୋଇଯାଇଛନ୍ତି ଚୁପ୍ । କାହା ସହ କଥା ହେଉନାହାଁନ୍ତି । ହେଲେ ବାପାଙ୍କୁ ଭୁଲିନାହାଁନ୍ତି ଲାଡଲୀ । ଜେଲ ନେବାକ୍ଷଣି ବାପା ଗୁରୁମିତ୍ ରାମରହିମଙ୍କ ପାଖକୁ ନେବାକୁ ଜିଦ୍ ଧରିଥିଲେ ହନିପ୍ରୀତ ।

ଶୁକ୍ରବାର ପୋଲିସ ରିମାଣ୍ଡ ସରିବା ପରେ ପଂଚକୁଲା କୋର୍ଟ ହନିପ୍ରୀତଙ୍କୁ ଜେଲ୍ ପଠାଇଦେଇଛନ୍ତି । ଏହାପରେ ଅମ୍ବାଲାର ସେଂଟ୍ରାଲ ଜେଲରେ ଅଛନ୍ତି ସେ । ଜେଲର ଗୋଟିଏ କୋଠରୀରେ ସହଯୋଗୀ ସୁଖଦୀପଙ୍କ ସହ ହନିପ୍ରୀତଙ୍କୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି ।