ରିଲ ହନିପ୍ରୀତଙ୍କୁ ନେଇ ହଙ୍ଗାମା ! ୫ କୋଟି ଟଙ୍କାର ନୋଟିସ ପଠାଇଲେ ରିଅଲ ହନିପ୍ରୀତଙ୍କ ମା’

56

ବଲିଉଡର ଆଇଟମ ଗର୍ଲ ରାକ୍ଷୀ ସାୱନ୍ତଙ୍କ ପାଇଁ ଅଡୁଆ ବଢିଲା । ଝିଅ ହନିପ୍ରୀତଙ୍କ ଚରିତ୍ର ଖରାପ କରିଥିବା ଅଭିଯୋଗରେ ମା ଆଶା ତନେଜା ରାକ୍ଷୀ ସାୱନ୍ତଙ୍କୁ ୫ କୋଟି ଟଙ୍କାର ନୋଟିସ ପଠାଇଛନ୍ତି । ମାନହାନି ମୋକଦ୍ଦମା ବାବଦକୁ ୫ କୋଟି ଟଙ୍କା ନୋଟିସ ରାକ୍ଷୀଙ୍କ ନାଁରେ ପଠାଇଛନ୍ତି ହନୀପ୍ରୀତଙ୍କ ମା’ ଆଶା ତନେଜା । ଝିଅ ହନିପ୍ରୀତଙ୍କ ଛବି ସମାଜ ଆଗରେ ରାକ୍ଷୀ ଖରାପ କରୁଥିବାରୁ ଏପରି ଅଭିଯୋଗ ଆଣିଛନ୍ତି ଆଶା । ସେ ଗଣମାଧ୍ୟମରେ କହିଛନ୍ତି ଯେ ରାଖି ସାୱନ୍ତ ୩୦ଦିନ ମଧ୍ୟରେ କ୍ଷମା ନ ମାଗିଲେ ସେ ତାଙ୍କ ବିପକ୍ଷରେ ମୋକଦ୍ଦମା ରୁଜୁ କରିବେ ।

thequint2017-0917b70a7f-cfe6-495a-9ac1-960bc79fab26SKB_0487ଦୁର୍ଷ୍ମମ ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମରହିମଙ୍କ ପାଳିତ କନ୍ୟା ହନିପ୍ରୀତଙ୍କୁ ନେଇ ଗତ କିଛି ଦିନ ପୂର୍ବେ ରାକ୍ଷୀ ସାୱନ୍ତ ଖୁଲାସା କରିଥିଲେ । ରାମରହିମଙ୍କ ଜୀବନ ଉପରେ ଆଧାରିତ ଏକ ଫିଲ୍ମରେ ରାକ୍ଷୀ ହନିପ୍ରୀତଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏନେଇ ତାଙ୍କ ନିକଟକୁ ହନିପ୍ରୀତ ଫୋନ କରିଥିଲେ ବୋଲି କହିଥିଲେ ରାକ୍ଷୀ । ଏପରିକି ସାଙ୍ଗ ହୋଇ ମଧ୍ୟ ତାଙ୍କ ଭୂମିକାରେ ଅଭିନୟ କରୁଥିବାରୁ ରାକ୍ଷୀଙ୍କ ଉପରେ ରାଗି ଯାଇଥିଲେ ବାବାଙ୍କ ଲାଡଲି ।

ଏହାସହ ରାକ୍ଷୀ ମଧ୍ୟ କହିଥିଲେ ଯେ, ହନିପ୍ରୀତଙ୍କ ସହ ତାଙ୍କର ୪ ବର୍ଷ ପୂର୍ବରୁ ବନ୍ଧୁତା ହୋଇଥିଲା । ଏହି ସମୟ ମଧ୍ୟରେ ସେ ହନିପ୍ରୀତଙ୍କୁ ଆକ୍ଟିଂ, ଡ୍ୟାନ୍ସ ଶିଖାଇଥିଲେ । ଏହାଛଡା ହନିପ୍ରୀତ ତାଙ୍କୁ ଇର୍ଷା କରୁଥିଲେ ବୋଲି କହିଥିଲେ ରାକ୍ଷୀ । ତେବେ ଫିଲ୍ମ ମାଧ୍ୟମରେ ରାକ୍ଷୀ ହନିପ୍ରୀତଙ୍କ ଚରିତ୍ରକୁ ସମାଜରେ ଖରାପ ଦର୍ଶାଉଥିବାରୁ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଛନ୍ତି ଆଶା ତନେଜା । ରାମରହିମଙ୍କ ଜୀବନୀ ଉପରେ ନିର୍ମିତ ହେଉଥିବା ଫିଲ୍ମରେ ରାମରହିମଙ୍କ ରଙ୍ଗୀନ ଜୀବନ ଓ ଅପରାଧିକ କାହାଣୀ ଉପରେ ଆଧାରିତ ହେବ । ରାମରହିମଙ୍କ ରକଷ୍ଟାର ହେବା ଠାରୁ ଆରମ୍ଭ କରି ଜେଲ ଯିବା ପର୍ଯ୍ୟନ୍ତ ପୂରା କାହାଣୀ ଫିଲ୍ମରେ ପ୍ରଦର୍ଶିତ ହେବ । ଏପରିକି ହନିପ୍ରୀତଙ୍କ ସହ ରାମରହିମଙ୍କ ସର୍ମ୍ପକ ମଧ୍ୟ ଫିଲ୍ମରେ ରହିବ ବୋଲି ସୂଚନା ମିଳିଛି । ଯୌନ ଶୋଷଣ ମାମଲାରେ ରାମରହିମଙ୍କୁ ସିବିଆଇ କୋର୍ଟ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ଦେଶଦ୍ରୋହ ମାମଲାରେ ହନିପ୍ରୀତ ଜେଲ ସଜା କାଟୁଛନ୍ତି ।