ରାମରହିମ ଓ ଡେରାକୁ ନଷ୍ଟ କରିଦେବ ବୋଲି ଶପଥ ନେଇଥିଲେ ହନିପ୍ରୀତ !

37

କନକ ବ୍ୟୁରୋ : ଗୁରମିତ ରାମରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସା ଓରଫ ପ୍ରିୟଙ୍କା ତନେଜାଙ୍କୁ ଧରିବା ପାଇଁ ଭାରତ ଓ ନେପାଳ ପୁଲିସ ଅନୁସନ୍ଧାନ ଚଳାଇଛନ୍ତି । ହନିପ୍ରୀତ ପଞ୍ଜାବର ଅବୋହରର ହନୁମାନଗଡ଼ ଅଞ୍ଚଳରେ ତାଙ୍କ ଭାଉଜଙ୍କ ବାପା ମଦନ ବାଗଲାଙ୍କ ଘରେ ରହିଥିଲେ ବୋଲି ଖବର ମିଳିଛି । ଏହି ସୂଚନା ନିଜେ ମଦନ ବାଗଲା ଦେଇ କହିଛନ୍ତି, ହନିପ୍ରୀତ ଆମ ଘରେ ଦୁଇଦିନ ରହିଥିଲା । ସେ ନା କିଛି ଖାଉଥିଲେ ନା ପିଉଥିଲେ, ଚୁପ୍‌ଚାପ୍‌ ଗୋଟିଏ ଘରେ ବସି କାନ୍ଦିବାକୁ ଲାଗିଥିଲେ ।

honey preetଏଥିସହିତ ଆଉ ଏକ ଖବର ମିଳିଛି ଯେ, ହନିପ୍ରୀତ ରାମରହିମ ଓ ଡେରାକୁ ନଷ୍ଟ କରିଦେବ ବୋଲି ଶପଥ ନେଇଥିଲେ । ସେଥିପାଇଁ ସେ ଏସମସ୍ତ ଜାଲ ବିଛାଇଥିଲେ । ରାମ ରହିମଙ୍କ ଡ୍ରାଇଭର ଖଟ୍ଟା ସିଂହଙ୍କ ପୁତ୍ର ଗୁରଦାସ ସିଂହଙ୍କ କହିବାନୁସାରେ, ହନିପ୍ରୀତ ପ୍ରଥମେ ଡେରାରେ ରାମ ରହିମଙ୍କ ଜଣେ ସାଧାରଣ ଦାସି ଭାବେ ରହୁଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ଘନିଷ୍ଠ ହୋଇଗଲା ଯେ, ରାମରହିମ ହନିପ୍ରୀତଙ୍କୁ ପୋଷ୍ୟକନ୍ୟା ବୋଲି ଘୋଷଣା କରିଥିଲେ । ତା’ପରେ ହନିପ୍ରୀତଙ୍କ ବିବାହ କରାଇଥିଲେ ।

ଗୋଟିଏ ଦିନ ହନିପ୍ରୀତଙ୍କୁ ଡେରା ଗୁମ୍ଫା ଭିତରକୁ ଡାକିଥିଲେ, ହନିପ୍ରୀତ କିନ୍ତୁ ଗୁମ୍ଫା ଭିତରୁ କାନ୍ଦି କାନ୍ଦି ବାହାରକୁ ଆସିଥିଲେ । ମୁଁ ବୁଝି ସାରିଥିଲି ତାଙ୍କ ସହିତ ରାମ ରହିମ କିଛି ଭୁଲ କାମ କରିଛନ୍ତି । ଏହି ଘଟଣା ପରେ ହନିପ୍ରୀତ ତାଙ୍କ ଘର ଫତେହାବାଦକୁ ଯିବା ପାଇଁ ବହାରିଥିଲେ । ଏହି ସମୟରେ ରାମ ରହିମଙ୍କ କେତେଜଣ ସମର୍ଥକ ତାଙ୍କୁ ପୁଣି ଥରେ ଡେରାକୁ ଉଠାଇ ଆଣିଥିଲେ । ସେବେଠାରୁ ହନିପ୍ରୀତ ରାମ ରହିମଙ୍କ ପ୍ରତିଶୋଧ ନେବା ପାଇଁ ଶପଥ ଖାଇଥିଲେ ବୋଲି କହନ୍ତି ଗୁରଦାସ ସିଂହ ।