ଜେଲରେ ପାଳିତା ଝିଅ ହନିପ୍ରୀତଙ୍କୁ ଦିନରାତି ଝୁରୁଛନ୍ତି ବାବା ରାମରହିମ ! ଭିଜିଟର ରେଜିଷ୍ଟରରେ ନାହିଁ ପତ୍ନୀଙ୍କ ନାଁ

59

କନକ ବ୍ୟୁରୋ : ପାଳିତ ଝିଅ ହନିପ୍ରୀତକୁ ଭେଟିବା ପାଇଁ ଜିଦ୍ କରୁଛନ୍ତି ଜେଲରେ ଥିବା ବଳାତ୍କାରୀ ବାବା ରାମ ରହିମ୍ । ଆଶ୍ରମର ଦୁଇ ସାଧ୍ୱୀଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ରୋହତକ୍ ଜେଲ୍ରେ ବନ୍ଦୀ ଥିବା ରାମରହିମ୍ ନିଜ ପତ୍ନୀଙ୍କୁ ଭେଟିବାକୁ ଚାହୁଁନାହାନ୍ତି, ହେଲେ ପାଳିତ ଝିଅ ହନିପ୍ରୀତକୁ ଦେଖା କରିବାକୁ ଉଚ୍ଛନ୍ନ ହେଉଛନ୍ତି । ଗତ ୨୫ ତାରିଖରୁ ଫେରାର ଅଛନ୍ତି ବାବାଙ୍କ ଏହି ଲାଡଲୀ ।

ଦୁଇ ସାଧ୍ୱୀଙ୍କ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲଦଣ୍ଡ ଭୋଗୁଥିବା ବାବା ରାମ ରହିମ୍ ବାରମ୍ବାର ଖୋଜୁଛନ୍ତି ନିଜ ପୋଷ୍ୟାକନ୍ୟା ହନିପ୍ରୀତଙ୍କୁ । ପତ୍ନୀଙ୍କୁ ଦେଖା କରିବାକୁ ଚାହୁଁନାହାନ୍ତି, ହନିପ୍ରୀତଙ୍କୁ ଭେଟିବାକୁ ଉଚ୍ଛନ୍ନ ହେଉଛନ୍ତି ବଳାତ୍କାରୀ ବାବା । ରୋହତକ୍ ଜେଲ୍ରେ ଭେଟିବା ପାଇଁ ରାମରହିମ ଦେଇଥିବା ୧୦ଜଣଙ୍କ ତାଲିକାରେ ନାହିଁ ତାଙ୍କ ପତ୍ନୀ ହରଜୀତ୍ କୌରଙ୍କ ନାଁ । ହେଲେ ରହିଛି ତଥାକଥିତ ପାଳିତ ଝିଅ ହନିପ୍ରୀତଙ୍କ ନାମ । ଏହି ତାଲିକାରେ ହନିପ୍ରୀତଙ୍କ ଛଡ଼ା ମାଆ ନସିବ କୌର୍, ପୁଅ-ବୋହୂ, ଦୁଇ ଝିଅ-ଜ୍ୱାଇଁଙ୍କ ନାମ ରହିଛି । ହେଲେ ହନିପ୍ରୀତଙ୍କୁ ଭେଟିବା ଲାଗି ବାରମ୍ବାର ଜେଲ୍ କର୍ତୃପକ୍ଷଙ୍କୁ ଗୁହାରି କରୁଛନ୍ତି ରାମରହିମ । ଏପଟେ ହନିପ୍ରୀତଙ୍କୁ ପୁଲିସ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନାହିଁ ।

୨୫ ତାରିଖରେ ବାବାଙ୍କୁ ରୋହତକ୍ ଜେଲ୍ ନିଆଯିବା ସମୟରେ ତାଙ୍କ ସହ ଦେଖିବାକୁ ମିଳିଥିଲା ହନିପ୍ରୀତଙ୍କୁ । ଏହା ପରେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ବାବାଙ୍କୁ କୋର୍ଟ ବାହାରୁ ବାବାଙ୍କୁ ଖସେଇ ନେବା ଅଭିଯୋଗରେ ହରିୟାଣା ପୋଲିସ, ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହୀ ମାମଲା ରୁଜୁ କରି ଲୁକଆଉଟ ନୋଟିସ ଜାରି କରିଛି । ଅନୁମାନ କରାଯାଉଛି, ଗିରଫଦାରୀ ଭୟରେ ନେପାଳକୁ ଖସି ପଳାଇଛନ୍ତି ହନିପ୍ରୀତ ।