ଜେଲରୁ ବାହାରିଲେ ହନିପ୍ରୀତ ସିଂ: ଜାମିନ ପାଇବାରେ ସିଧା ଗଲେ ହରିୟାଣା ଶୀର୍ଷା ଆଶ୍ରମ

ସମର୍ଥକ କଲେ ସ୍ୱାଗତ;ଡେରା ସଚ୍ଚାର ମୁଖ୍ୟ ଗୁରୁମିତ ସିଂଙ୍କ ଥିଲେ ସହଯୋଗୀ

612

କନକ ବ୍ୟୁରୋ: ଡେରା ସଚ୍ଚା ସୌଦାର ହନିପ୍ରୀତ ସିଂଙ୍କୁ ଜାମିନ ମିଳିଛି । ହରିୟାଣା କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ଜାମିନରୁ ମୁକୁଳିବା ପରେ ଗତକାଲି ସେ ଜେଲରୁ ବାହାରି ଶୀର୍ଷାସ୍ଥିତ ଆଶ୍ରମକୁ ଯାଇଥିଲେ । ଆଶ୍ରମର ଦୁଇଜଣ ଅନ୍ତେବାସୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡେରା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ଗିରଫ କରାଯାଇଥିଲା ।

ଏହାପରେ ହରିୟଣାର ପଂଚକୁଲାରେ ବ୍ୟାପକ ହିଂସା ଓ ପୋଡାଜଳା ହୋଇଥିଲା । ଗୁରୁମିତଙ୍କ ପ୍ରମୁଖ ସହଯୋଗୀ ହନିପ୍ରିତୀଙ୍କ ଇସାରାରେ ଏଭଳି ହିଂସା ହୋଇଥିବା ଅଭିଯୋଗ ହୋଇଥିଲା । ପରେ ହନିପ୍ରୀତଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା । ୨୦୧୭ରୁ ସେ ଅମ୍ବାଲା ସେଂଟ୍ରାଲ ଜେଲରେ ଥିଲେ । ୨୦୧୭ ଅଗଷ୍ଟ ୧୫ରେ ପଂଚକୁଲାରେ ଦଙ୍ଗା ହୋଇଥିଲା । ଏଥିରେ ଅନେକ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ଏହି ସମୟରେ ଗୁରୁମିତଙ୍କ ସହଯୋଗୀ ହନିପ୍ରୀତି ଚର୍ଚ୍ଚାକୁ ଆସିଥିଲେ ।