ଫେରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ହନି ସିଂ ! ପୁଣିଥରେ ବଲିଉଡରେ ଧୁମ ମଚାଇବେ ଲୋକପ୍ରିୟ ରାପର

37

କିଛି ସମୟ ପୂର୍ବରୁ ବଲିଉଡକୁ ଜଣେ ପପ୍ ସିଙ୍ଗର ଆସିଲେ ଓ ଅତି କମ୍ ଦିନରେ ଖୁବ୍ ଲୋକପ୍ରିୟ ହୋଇଯାଇଥିଲେ । ପ୍ରାୟ ସମସ୍ତଙ୍କ ମୁହଁରେ ତାଙ୍କର ଗୀତ ଶୁଣିବାକୁ ମିଳୁଥିଲା । ଖାସ୍ କରି ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲେ ଏହି ସିଙ୍ଗର୍ । କିନ୍ତୁ ଅଚାନକ୍ ସେ ଗାୟବ ହୋଇଗଲେ ଏବଂ ପ୍ରଶଂସକଙ୍କୁ ତାଙ୍କର କୌଣସି ଖୋଜ୍ ଖବର ମିଳିଲା ନାହିଁ । ସେହି ଲୋକପ୍ରିୟ ଗାୟକ ହେଉଛନ୍ତି ହନି ସିଂ । ହନି ସିଂ ଏକା ଧାରରେ ଜଣେ ଗାୟକ, ସଙ୍ଗୀତ ନିର୍ମାତା ଏବଂ କଳାକାର ଭାବେ ବେଶ ପରିଚିତ । ତାଙ୍କର ନିଆରା ଗାୟନ ଶୈଳୀ ପାଇଁ ସେ ବେଶ୍ ପରିଚିତ ।

ବଲିଉଡ ସିନେମାର ଗୀତ ଏବଂ ନିଜ ଆଲବମ ମାଧ୍ୟମରେ ଧୁମ ମଚାଇଥିବା ହନିସିଙ୍ଗ କୋଟି କୋଟି ଦର୍ଶକଙ୍କ ହୃଦୟକୁ କିଣି ପାରିଛନ୍ତି । କିନ୍ତୁ ବହୁ ଦିନ ଧରି ସେ ଗଣମାଧ୍ୟମ ଓ କ୍ୟାମେରା ଠାରୁ ଦୂରରେ ରହିଥିଲେ । ବାସ୍ତବରେ ବାଇପୋଲର ଡିଜଓଡ଼ର ଯୋଗୁଁ ସେ ଦୁଇ ବର୍ଷ ହେବ କାର୍ଯ୍ୟରୁ ବ୍ରେକ ନେଇଥିଲେ । ଇଣ୍ଡଷ୍ଟ୍ରିରେ ତାଙ୍କର ଅନୁପସ୍ଥିତି ବାଦଶାହ ଏବଂ ରଫତାରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା । ବହୁ ଦିନ ହେବ ଦର୍ଶକ ହନି ସିଂଙ୍କର କୌଣସି ଗୀତ ଶୁଣିବାକୁ ପାଇ ନାହାନ୍ତି । କିନ୍ତୁ ଏବେ ଲାଗୁଛି ଦର୍ଶକ ଖୁବଶୀଘ୍ର ହନିଙ୍କର ରାପ ପୁଣି ଥରେ ଶୁଣିବାକୁ ପାଇବେ ।

ନିକଟରେ ହନି ଗଙ୍ଗା ନଦୀ କୂଳରେ ବସିଥିବା ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଖବର ମୁତାବକ ହନି ତାଙ୍କର ଆଗାମୀ ଆଲବମ ପାଇଁ ଗୀତ ଲେଖୁଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତିଯେ ଗଙ୍ଗା ନଦୀ କୂଳରେ ବସି ଚିଲ କରୁଛି ଏବଂ ଗୀତ ମଧ୍ୟ ଲେଖୁଛନ୍ତିି । ଡୋପ ସୋପ,ବ୍ଲୁ ଆଇଜ,୪ ବୋତଲ ଭୋଡ଼କା ଏବଂ ହାଇ ହିଲସ ଭଳି ସାନଦାର ଗୀତରେ ଧୁମ ମଚାଇଥିବା ହନି ସିଂ ନିଶା ଦ୍ରବ୍ୟ ସହିତ ଖୁବ ଅଭ୍ୟସ୍ତ ଥିଲେ । ସେ ରିହାବିଲେଟେସନ ସେଂଟରକୁ ମଧ୍ୟ ଯାଇଥିଲେ । କିନ୍ତୁ ନିଶାଖୋର ହୋଇଥିବାରୁ ତାଙ୍କ ରୋଗ ବଢି ଯାଇଥିଲା । ତେବେ ଦେଖାଯିବ ହନି ତାଙ୍କ ନୂଆ ଗୀତ ସହିତ କେଉଁଭଳି ଭାବରେ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି ।