ହିଂସା ପରିସ୍ଥିତି ସୃଷ୍ଟି କରିବା ମାମଲାରେ ବିବାଦୀୟ ବାବାଙ୍କ ପାଖ ଲୋକ ଗିରଫ ! କହିଲେ , ହନିପ୍ରୀତ ନେପାଳରେ

106

ସାଧ୍ୱୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି ବିବାଦୀୟ ବବା ରାମ ରହିମ । ତେବେ ଗିରଫ ପରେ ବବା ରାମ ରହିମଙ୍କୁ ଫେରାର କରିବା ପାଇଁ ପଂଚକୂଳାରେ ହିଂସାତ୍ମକ ପରିସ୍ଥିତି କରାଯାଇଥିଲା ।  ଘଟଣା ପଛର ମୁଖ୍ୟ ଅଭିଯୁକ୍ତ ପ୍ରକାଶ, ପ୍ରଦୀପ ଗୋଏଲ ଏବଂ ବିଜୟଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶକୁ ପଂଜାବର ମୋହାଲୀରୁ, ପ୍ରଦୀପକୁ ରାଜସ୍ଥାନର ଉଦୟପୁରରୁ ଏବଂ ବିଜୟକୁ ପଂଚକୂଳାରୁ ଗିରଫ କରାଯାଇପାରିଛି । ତେବେ ଗିରଫ ହେବା ପରେ ଫେରାର ଥିବା ବାବାଙ୍କ ପାଳିତା କନ୍ୟା ହନିପ୍ରୀତ ନେପାଳରେ ଥିବା ନେଇ ଖୁଲାସା ହୋଇଥିବାର ସୂଚନା ମିଳିଛି ।

honey preetସୂଚନା ମୁତାବକ, ହରିୟାଣା ପୋଲିସର ୧୦ଜଣ ଅଫିସର ବିଶିଷ୍ଟ ଟିମ ହନିପ୍ରୀତ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଜାରି ରଖିଛି । ଯାହାକୁ ନେଇ ପଂଜାବ, ହରିୟାଣା, ରାଜସ୍ଥାନର ବିଭିନ୍ନ ସହରମାନଙ୍କରେ ପୋଲିସ ପଇଁତରା ମାରୁଛି । ଏହି କ୍ରମରେ ପୋଲିସର ଏକ ଦଳ ଉଦୟପୁରରୁ ପ୍ରଦୀପକୁ ଧରିପାରିଥିଲା । ପୋଲିସ ମୁତାବକ, ହରିଆଣା ପୋଲିସକୁ ହନିପ୍ରୀତ ଉଦୟପୁରରେ ରହୁଥିବାର ଖବର ମିଳିଥିଲା । ଏପରିକି କିଛିଦିନ ପୂର୍ବେ ପୋଲିସକୁ ପ୍ରଦୀପ ସହ ହନିପ୍ରୀତର ଲୋକେସନ ଉଦୟପୁରର ଏକ ମଲରେ ମିଳିଥିଲା । ଏହି ଆଧାରରେ ପୋଲିସ ପ୍ରଦୀପକୁ ଧରିବାରେ ସଫଳ ହୋଇଥିବା ବେଳେ ହନିପ୍ରୀତ ସେଠାରୁ ଫେରାର ହୋଇଯାଇଛି । ପ୍ରଦୀପଠାରୁ ପୋଲିସ ମୋବାଇଲ ଜବତ କରିଥିବା ବେଳେ ଏଥିରୁ ପ୍ରମୁଖ ପ୍ରମାଣ ମିଳିପାରିବ ବୋଲି କୁହାଯାଉଛି ।