ସଚିବାଳୟରେ ମାତିଲେ ମହୁମାଛି ! ଲନରୁ କରିଡର୍ ଚାରିଆଡେ ଖେଳାଇଲେ ଆତଙ୍କ

32

କନକ ବ୍ୟୁରୋ : ରାଜ୍ୟ ସଚିବାଳୟରେ ମହୁମାଛି ଆତଙ୍କ । ଅଚାନକ୍ ମହୁଫେଣାରୁ ବାହାରି ଆସିଥିବା ମହୁମାଛି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଗୋଡ଼ାଇବାରେ ଲାଗିଥିଲେ । ଫଳରେ ଏକ ଧାଁ-ଧୌଡ଼ ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ମହୁମାଛିଙ୍କ କବଳରୁ ବଂଚିବା ପାଇଁ କିଛି ଲୋକ ମୁହଁ ଘୋଡ଼ାଇ ଧାଉଁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଥିଲା । ସେଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନା ଅନୁସାରେ-କିଛି ଲୋକଙ୍କୁ ମହୁମାଛି ଆକ୍ରମଣ ବି କରିଥିଲେ ।