ଘରୋଇ ଉପଚାର ମାଧ୍ୟମରେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଆନ୍ତୁ ! ଦୋକାନରେ ମିଳୁଥିବା ପେନକିଲରଠାରୁ ଅଧିକ ଉପଯୋଗୀ ।

91

ଦୈନକ ଆମେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିଥାଉ। ଅଧିକାଂଶ ସମୟରେ ମୁଣ୍ଡ ,ହାତଗୋଡ଼ ଓ ଅଣ୍ଟା ଆଦିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ଯନ୍ତ୍ରଣାରୁ ତୁରନ୍ତ ଉପଶମ ପାଇବା ପାଇଁ ସାଧାରଣତଃ ଆମେ ବଜାରରେ ମିଳୁଥିବା ପେନକିଲର ଖାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଅତ୍ୟଧିକ ପେନକିଲର ଦ୍ୱାରା କର୍କଟର ସମ୍ଭାବନା ରହିଥାଏ । ତେବେ ଶରୀରର ଏହି ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ବିନା କୌଣସି ପାର୍ଶ୍ୱପ୍ରଭାବରେ ଘରୋଇ ଉପଚାର ଦ୍ୱାରା ଠିକ କରିପାରିବେ। ଆସନ୍ତୁ ଜାଣିବା କ’ଣ ରହିଛି ସେହି ଘରୋଇ ଉପଚାର ।ପେଟ ଯନ୍ତ୍ରଣା : ଖାଦ୍ୟପେୟ ସଠିକ୍ ରହୁ ନ ଥିବାରୁ ବର୍ତ୍ତମାନ ପେଟ ଏବଂ ଗ୍ୟାସ ଯନ୍ତ୍ରଣା ସାଧାରଣ ହୋଇ ଯାଇଛି। ଏଥିପାଇଁ ଟିକେ ଉଷୁମ ପାଣିରେ ଏକ ଚାମୁଚ ଜୁଆଁଣି ଆଉ ଟିକେ ଗୋଲମରିଚ ମିଶାଇ ସେବନ କରନ୍ତୁ । ଦେଖିବେ ପେଟ ସହ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ।

ପାଟି କିମ୍ବା ତଣ୍ଟି ଦରଜ: ଅଧିକ ଗରମ କିମ୍ବା ଥଣ୍ଡା ଖାଇବା ଦ୍ୱାରା ପାଟିରେ ଘା ହୋଇ ଯାଇଥାଏ । ଯାହା ଫଳରେ କିଛି ଖାଇବା ସମୟରେ କଷ୍ଟ ଅନୁଭବ ହୋଇଥାଏ । ଏହି ସମୟରେ ଗୁଆ ଘିଅ ଲଗାଇବା ସହ ବଚ୍ଚ ଚା’ ପିଅନ୍ତୁ । ଦେଖିବେ ତୁରନ୍ତ ଉପଶମ ମିଳିବ ।

ଗଣ୍ଠିରେ ଯନ୍ତ୍ରଣା : ବ୍ୟସ୍ତ ବହୁଳ ଜୀବନରେ କାହା ପାଖରେ ବ୍ୟାୟାମ କରିବା ପାଇଁ ସମୟ ନଥାଏ। ଯାହାଫଳରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖାଯାଉଛି। ଏଥିପାଇଁ ସୋରିଷ ତେଲକୁ ଉଷୁମ କରି ଯନ୍ତ୍ରଣା ସ୍ଥାନରେ ମାଲିସ କଲେ ଉପଶମ ମିଳିଥାଏ । ଏହା ଛଡ଼ା କାନ ଯନ୍ତ୍ରଣା ହେଉଥିଲେ ଏକ ବୁନ୍ଦା ସୋରିଷ ତେଲ ଯନ୍ତ୍ରଣା ମୁକ୍ତ କରାଇଥାଏ ।

ଦାନ୍ତ ଏବଂ ମାଢ଼ିରେ ଯନ୍ତ୍ରଣା :ଦାନ୍ତ ଯନ୍ତ୍ରଣା ହେଲେ କିଛି ଖାଦ୍ୟ ଖାଇ ହୋଇ ନଥାଏ । ଏହାର ତୁରନ୍ତ ଉପଶମ ନ ହେଲା ପର୍ୟ୍ୟନ୍ତ ଅସ୍ତବ୍ୟସ୍ତ ଲାଗିଥାଏ । ଏଥିରୁ ତୁରନ୍ତ ଉପଶମ ପାଇଁ ଗୋଲମରିଚ ଗୁଣ୍ଡକୁ ମାଢ଼ିରେ ଘଷନ୍ତୁ । ଏହା ଦ୍ୱାରା ମାଢ଼ି ଫୁଲା କମ ହେବା ସହ ତୁରନ୍ତ ଆରାମ ଲାଗିବ ।