ବେକାରୀ ସମସ୍ୟାରୁ ନିବୃତ୍ତି ପାଇଁ ଯୁବକ ଆପଣେଇଲେ ଅଦ୍ଭୁତ ଉପାୟ : ରାସ୍ତାରେ ବାଣ୍ଟିଲେ ରିଜ୍ୟୁମ୍, ଗୁଗଲ ସମେତ ୨୦୦ କମ୍ପାନୀରୁ ଆସିଲା ଅଫର୍

45

ଆମେରିକାର ସିଲିକନ୍ ଭ୍ୟାଲିରେ ରହୁଥିବା ଡେଭିଡ୍ କେସାରେଜ୍ ବେକାରୀ ସମସ୍ୟାରୁ ବାହରିବା ପାଇଁ ଏକ ଅଦ୍ଭୁତ ଉପାୟ ଆପଣେଇଛନ୍ତି । ସେ ହାର ନମାନି ରାସ୍ତାରେ ନିଜର ରିଜ୍ୟୁମ ବାଣ୍ଟିବା ଆରମ୍ଭ କରିଦେଲେ । ଏହା ସହିତ ନିଜ ହାତରେ ପୋଷ୍ଟର ବି ଧରିଥିଲେ, ଯେଉଁଥିରେ ଲେଖାଥିଲା କି ‘ନିରାଶ୍ରୟ କିନ୍ତୁ ସଫଳତାର ଭୋକ, ରିଜ୍ୟୁମ ନିଅନ୍ତୁ ।’ ୱେବ ଡେଭଲପରର କାମ କରିସାରିଥିବା ଏହି ବ୍ୟକ୍ତିଙ୍କ ଉପାୟ କାମ କରିଗଲା ଓ ତାଙ୍କୁ ଗୁଗଲ, ଲିଙ୍କଡିନ୍ ସମେତ ୨୦୦ କମ୍ପାନୀରୁ ଅଫର ଆସିବାକୁ ଲାଗିଲା ।

ଡେଭିଡଙ୍କ ଏହି ଉପାୟ ସେତେବେଳେ କାମ କଲା ଯେତେବେଳେ ଜଣେ ମହିଳା ତାଙ୍କ ଫଟୋ ରିଜ୍ୟୁମ ସହିତ ଟ୍ୱିଟରରେ ପୋଷ୍ଟ କଲେ । ଏହାପରେ ଚାକିରୀର ସୁଅ ଛୁଟିଥିଲା । ଏବେ ତାଙ୍କୁ ବଡ ବଡ କମ୍ପାନୀରୁ ଫୋନ ଆସୁଛି । ଟେକ୍ସାସ ୟୁନିଭର୍ସିଟି ରୁ ମ୍ୟାନେଜମେଣ୍ଟ ର ଶିକ୍ଷା ଗ୍ରହଣ କରିସାରିଥିବା ଡେଭିଡଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା । ସେ ବର୍ଷ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଜେନେରାଲ ମୋଟର୍ସ ରେ କାମ କରିଥିଲେ ।