ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗ : ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

58

କନକ ବ୍ୟୁରୋ : ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । କହିଛନ୍ତି ରାଜ୍ୟରେ ଧୃତରାଷ୍ଟ୍ରଙ୍କ ଅନ୍ଧ ସରକାର ଚାଲିଛି । ପୁନଃ ନିଯୁକ୍ତି ଦାବିରେ ଜଣେ ହୋମଗାର୍ଡ ଆତ୍ମାହୂତି ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।

ହୋମଗାର୍ଡଙ୍କ ଚାକିରିରେ ସାମାଜିକ ସୁରକ୍ଷା ନଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ଆଜି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ୫ ଜଣିଆ ଟିମ୍ କଣାସ ଗସ୍ତ କରିଛି।

ଦେଖନ୍ତୁ ଏହି ଭିଡିଓ –